pakka

ଲେଖକ ଦେଖା କାର୍ଯ୍ୟକ୍ରମ ଆୟୋଜିତ

bbehera

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି କେ. ଭି. ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ଟିଟିଲାଗଡ଼ ସହରରେ ଏକ ଲେଖକ ଦେଖା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଉଛି । ସ୍ନାତ୍ତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟର ଡ. ସଞ୍ଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ବିଶିଷ୍ଟ ଗବେଷକ ଡ. ଦୋଳ ଗୋବିନ୍ଦ ବିଶି, ଡ. ଛାୟାକାନ୍ତ ଷଡ଼ଙ୍ଗୀ, ଦିଲ୍ଲୀପ ପସାୟତ, କବି ଭିକାରୀ ମିଶ୍ର ପ୍ରମୁଖଙ୍କୁ ସାଖ୍ୟାତ କରି ତାଙ୍କ ଜୀବନ ଓ ସୃଜନ ବିଷୟରେ ଦୀର୍ଘ ସମୟ ଧରି ପ୍ରଶ୍ନ ସବୁ ପଚାରି ଥିଲେ । ଛାତ୍ର ସରୋଜ ସେଥ, ଭାଗ୍ୟବନ୍ତ ମହାଲିଙ୍ଗ, ବିମଲ ଦଣ୍ଡସେନା, ଜିତେନ୍ଦ୍ର ବାରିକ ଛାତ୍ରୀ ଯୋଗୀତା ପ୍ରଧାନ, ଲଭାସିତା ସାହୁ, ମମିତା ରଣା ଓ ଟେଜମତି ନାଏକ ପ୍ରମୁଖ ଏଥିରେ ଯୋଗଦେଇଥିଲେ । ଟିଟିଲାଗଡ଼ରେ ଆୟୋଜିତ ଏକ ସାହିତ୍ୟ ସଭାରେ ଯୋଗଦେଇ ଛାତ୍ରଛାତ୍ରୀମାନେ କବି ଆନଂଦ ଚନ୍ଦ୍ର ସାହୁ, ବିନୟ କୁମାର ଦାସ ,ସୁଜିତ କୁମାର ସତପଥି ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ମଧ୍ୟ ଦର୍ଶନ କରିଥିଲେ । କଣ୍ଟାବାଞ୍ଜି ମହାବିଦ୍ୟାଳୟର ଏହି ଲେଖକ ଦେଖା କାର୍ଯ୍ୟକ୍ରମକୁ ସର୍ବତ୍ର ପ୍ରଶଂସା କରାଯାଉଛି ।

jay balangir
Leave A Reply

Your email address will not be published.

twenty − 5 =

error: Content is protected !!