pakka

କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

bbehera

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁଲିସ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବା ଏସ୍‌ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି । ସୂଚନାଅନୁଯାଇ, ବୌଦ୍ଧ ପୁଲିିସ ଡିମିରିଖୋଲ ଗ୍ରାମ ନିକଟରେ ଥିବା ବିଡାମାସକା ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ପାଇଁ ରଖାଯାଇଥିବା ସୂଚନା ପାଇଥିଲେ । ଏନେଇ ବୌଦ୍ଧ ଏସ୍‌ଡିପିଓ କୁଲଦୀପ ମୀନା ଓ ବୌଦ୍ଧ ଥାନା ଅଧିକାରୀ ରଞ୍ଜିତ ମୁନୀଙ୍କ ନେତୃତ୍ୱରେ ଏକ ଟିମ୍‌ ବିଡାମାସକା ଜଙ୍ଗଲରେ ଚଢଉ କରିଥିଲେ । ପୁଲିସକୁ ଦେଖି ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ପୁଲିସ ୧୫ କ୍ୱିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ କରିଥିଲା । ଏନେଇ ପୁଲିସ କେସ୍‌ ନଂ ୩୦/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଏସ୍‌ପି ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ କୁଲଦୀପ ମୀନା ଓ ବୌଦ୍ଧ ଥାନା ଅଧିକାରୀ ରଞ୍ଜିତ ମୁନୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 − thirteen =