ଶିକ୍ଷା ବିକାଶ ସମିତିର ଉଚ୍ଚସ୍ତରୀୟ ଅଧିକାରୀ ଛତ୍ରପୁର ଶିଶୁ ମନ୍ଦିର ପରିଦର୍ଶନ କରିଛନ୍ତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ଶ୍ରୀରାମନଗରଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଦର୍ଶନରେ ଶିକ୍ଷାବିକାଶ ସମିତି ଓଡ଼ିଶା ଉଚ୍ଚସ୍ତରୀୟ ଅଧିକାରୀ ଆଗମନ କରିଥିଲେ । ପ୍ରାନ୍ତୀୟ ସମିତି ଶିକ୍ଷାବିକାଶ ସମିତି ଓଡିଶାଙ୍କ ସଂଗଠନ ସଂପାଦକ । କମଳାକାନ୍ତ ମିଶ୍ର ଓ ସଭାପତି କିଶୋର ଚନ୍ଦ୍ର ମହାନ୍ତି ଏବଂ କୋଷାଧ୍ୟକ୍ଷ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ଦୌଜନ୍ୟମୂଳକ ପରିଦର୍ଶନ ହୋଇଥିଲା । ତତ୍ ସଂଙ୍ଗେ ସଙ୍ଗେ ଶିଶୁ ମନ୍ଦିର ପରିଚାଳନା କମିଟୀର ସଂପାଦକ ପଦ୍ମଚରଣ ସାହୁ, ସଭାପତି ଉପେନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଏ. ରାବଣା ରାଓଙ୍କ ସହିତ ବିଦ୍ୟାଳୟର ଉନ୍ନତିକରଣ ଓ ଶୈକ୍ଷିକ ବିକାଶ ସମ୍ବନ୍ଧିତ ଆଲୋଚନା ହୋଇଥିଲା । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ବୈଠକ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five + eleven =