csstore

ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ହମିରପୁର ଅଂଚଳ ଗସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ହମିରପୁର ଅଂଚଳ ଗସ୍ତ ବେଳେ ଉକ୍ତ ଅଂଚଳରେ ବିଭିନ୍ନ ସମସ୍ୟା ବିଷୟରେ ହମିରପୁର ଉନ୍ନୟନ ପରିଷଦର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଅମୃତ ଯୋଜନା ଅଧୀନରେ ହମିରପୁର ଅଂଚଳକୁ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଯାଇଥିବାରୁ ସନ୍ତୋଷ ପ୍ରକାଶ ପାଇଥିଲା । ତେବେ ହମିରପୁର ଅଧିନସ୍ଥ କଣ୍ଟ୍ରାକ୍ଟର କଲୋନୀକୁ ଖୁବ ଶୀଘ୍ର ପାଇପ ବିଛାଯାଇ ଜଳ ଯୋଗାଣ ନିଶ୍ଚିତ କରାଯାଉ ବୋଲି ବିଧାୟକ ଶ୍ରୀ ତରାଇ ସେଠାରେ ଉପସ୍ଥିତ ଥିବା ପିଏଚ୍‌ଡି ବିଭାଗର ସୁପେରିଟେଣ୍ଡିଙ୍ଗ ଇଞ୍ଜିନିଅର ମହମ୍ମଦ ଆଦିଲ ଓ ଆସିଷ୍ଟାଣ୍ଟ ଇଞ୍ଜିନିଅର ଶ୍ରୀଧର ପଟ୍ଟନାୟକଙ୍କୁ ନିର୍ଦେଶ ଦେଇଥିଲେ । ଜଗଦା ଟିସ୍କୋ ଖାଦାନରୁ ପାଣି ଆସି ହମିରପୁର ପାଣିଟାଙ୍କିରେ ଗଚ୍ଛିତ ରହିବ ଏବଂ ସେଠାରୁ ପାଇପ ଯୋଗେ ଲୁଆକେରା ପର୍ଯ୍ୟନ୍ତ ପିଇବା ପାଣି ୨୪ ଘଣ୍ଟା ଯୋଗାଣ ପାଇଁ ନୂଆ ପାଇପ ଲାଇନ କାମ ଆରମ୍ଭ ହୋଇଥିବାର ମହମ୍ମଦ ଆଦିଲ ପ୍ରକାଶ କରିଥିଲେ । ତେବେ ରାସ୍ତା କଡରେ ପାଇପ ଲାଇନ ଖୋଳିବା ବେଳେ ବସ୍ତିରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ କାମ ନେଇଥିବା କଣ୍ଟ୍ରାକ୍ଟରକୁ ବିଧାୟକ ତାଗିତ କରିବା ସହ ଶୀଘ୍ର କାମ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ସେହିଭଳି ଜିଓ ଟେଲି କମ୍ୟୁନିକେସନ ତରଫରୁ ହମିରପୁର ଅଂଚଳରେ ଟେଲିସେବା ଶୀଘ୍ର ଯୋଗାଇ ଦେବା ପାଇଁ ଜିଓର ରାଉରକେଲା ପ୍ରବନ୍ଧକ ଅଶୋକ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଥିଲେ । ହମିରପୁର ଉନ୍ନୟନ ପରିଷଦ ତରଫରୁ ସଭାପତି ଡ଼କ୍ଟର ସୁମନ ଦତ୍ତ, ଆବାହକ ନିରଞ୍ଜନ ଦାସ, ଉପସଭାପତି ଉପେନ୍ଦ୍ର ନାୟକ, ଚନ୍ଦ୍ରମଣି ସାହୁ, ମହେଶ୍ୱର ସାହୁ, ଗାବ୍ରିଏଲ କେରକେଟା, ବାବୁ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥାଇ ଅଞ୍ଚଳର ଉନ୍ନତି ପାଇଁ ବିଧାୟକଙ୍କ ସହ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.