csstore

ନୂଆପଡା ଜିଲ୍ଲାକୁ ଦିନିକିଆ ଗସ୍ତରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଗସ୍ତରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଥମେ ପୋତରା ସ୍ଥିତ ଯୋଗେଶ୍ୱର ଶିବ ମନ୍ଦିରରେ ପହଂଚି ମନ୍ଦିର ପରିଦର୍ଶନ କରିଥିଲେ । ପରେ ନୂଆପଡା ଜିଲ୍ଲାପାଳଙ୍କ ସଦ୍ଭାବନା ଠାରେ ଯୋଗ ଦେଇ ଏକ ସମୀକ୍ଷା ବୈଠକ କରିଥିଲେ । ପରେ ଫଳସିପାଣି, ମାନିଗୁଡା, କାଣ୍ଡେତରା, ନୂଆଗାଁ, ପଏର, କୋମନା ପ୍ରମୁଖ ସ୍ଥାନରେ ମନ୍ତ୍ରୀ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ନୂତନ ଗୃହକୁ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଅବସରେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲାପାଳ ହେମାକାନ୍ତ ସାଏ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡଲି ମାଝୀ, ଉପାଧ୍ୟକ୍ଷା ଦୀପିକା ଦିପ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୟା କୁମ୍ଭାର, ବିଜେଡି ଜିଲ୍ଲା ଯୁବ ସଭାପତି ହରିଶଚନ୍ଦ୍ର ପଣ୍ଡା, ଜିଲ୍ଲା ସଭାପତି ମନୋଜ ମିଶ୍ର ଏବଂ ବହୁ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.