om academy

ପ୍ରଥମେ ଗାଡ଼ିକୁ ଧକ୍କା ଦେଲେ : ପରେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୪ ଲକ୍ଷ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମେ ଗାଡ଼ିକୁ ଧକ୍କା ଦେଲେ, ପରେ ମାରଣାସ୍ତ୍ର ଦେଖେଇ ଡ଼ିକିଖୋଲି ୪ ଲକ୍ଷ ଲୁଟିନେଲେ ୩ ଜଣ ଦୁର୍ବୁତ୍ତ । ଏହି ଘଟଣା ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ପୁଟୁଳାତଳେଇ କେନାଲ ନିକଟରେ ଘଟିଥିବା ବେଳେ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସିନ୍ଧେକେଲା ଥାନା ପୁଟୁଳାତଳେଇ ଗାଁର ଜଗବନ୍ଧୁ ଘିବେଲା । ସୂଚନା ଅନୁସାରେ ଜଗବନ୍ଧୁ ଘିବେଲା ଚାନ୍ଦୋତରା ଷ୍ଟେଟ୍‌ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ଘରକୁ ଯାଉଥିଲେ ଠିକ୍‌ ସେଇ ସମୟରେ ସିନ୍ଧେକେଲା ପୁତୁଳାତଳେଇ କେନାଲ୍‌ ନିକଟରେ ବାଇକ୍‌ରେ ଆସି ୩ ଜଣ ଲୁଟେରା ଜଗବନ୍ଧୁ ଘିବେଲାଙ୍କ ଗାଡିକୁ ଧକ୍କା ଦେଇଥିଲେ । ଗାଡିଟିକୁ ଧକ୍କାଦେବା ଫଳରେ ଗାଡ଼ିରୁ ତଳକୁ ଖସିପଡ଼ିଥିଲେ ଜଗବନ୍ଧୁ । ତାପରେ ୩ ଜଣ ଲୁଟେରା ଜଗବନ୍ଧୁଙ୍କୁ ଛୁରୀ ଦେଖାଇ ଡ଼ିକିଖୋଲି ନଗଦ ୪ ଲକ୍ଷ ଟଙ୍କା ଲୁଟିନେଇ ଫେରାର୍‌ ମାରିଛନ୍ତି । ତେବେ ଏହି ଘଟଣାକୁ ନେଇ ଜଗବନ୍ଧୁ ଘିବେଲା ସିନ୍ଧେକେଲା ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.