om academy

ଲାଠି ବଦଳରେ ପୁଲିସକୁ ମିଳିଲା ଷ୍ଟିଲ ବାଡ଼ି

jsm

ଦିଲ୍ଲୀ : ପୁଲିସକୁ ବାଉଁଶ ଲାଠି ବଦଳରେ ମିଳିଛି ଷ୍ଟିଲ ବାଡ଼ି । କାରଣ ଦିଲ୍ଲୀରେ କୃଷକ ଆନ୍ଦୋଳନ ସମୟରେ ହୋଇଥିବା ହିଂସାକାଣ୍ଡରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ବିକ୍ଷୋଭକାରୀ ପୁଲିସଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଆଉ ଏସବୁକୁ ନଜରରେ ରଖି ଏବେ ଦିଲ୍ଲୀ ପୁଲିସଙ୍କୁ ଷ୍ଟିଲ ବାଡ଼ି ସହ ଗ୍ଳୋବ୍ସ ଦେଇଛି । ଏହି ଗ୍ଳୋବ୍ସ ବି ଷ୍ଟିଲରେ ନିର୍ମିତ ହୋଇଛି । ଦିଲ୍ଲୀ ପୁଲିସ ଏହାର ପୁଲିସ କର୍ମଚାରୀଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ପଦକ୍ଷେପ ନେଇଥିବାର ଜାତୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଥିଲେ ବି ଦିଲ୍ଲୀ ପୁଲିସ ପକ୍ଷରୁ ଅଧିକାରୀଙ୍କ ଭାବେ ଘୋଷଣା କରାଯାଇନାହିଁ । ସୂଚନା ଅନୁଯାୟୀ ୨୬ ଜାନୁଆରୀ ହିଂସାରେ ଦିଲ୍ଲୀରେ ପ୍ରାୟ ୪୦୦ ସୁରକ୍ଷା କର୍ମୀ ଆହତ ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ପୁଲିସ ବର୍ତ୍ତମାନ ଏହି ପଦକ୍ଷେପ ନେଇଛି । ସେହିପରି କୃଷକଙ୍କ ଟ୍ରାକ୍ଟର ରାଲିରେ ଡ୍ୟୁଟି କରୁଥିବା ସମୟରେ ଆହତ ହୋଇଥିବା ପୁଲିସ କର୍ମଚାରୀଙ୍କୁ ଦିଲ୍ଲୀ ପୁଲିସ ଆର୍ଥିକ ସହାୟତା ପ୍ରଦାନ କରିବ । ଦିଲ୍ଲୀ ପୁଲିସ କମିଶନର ଏହା ଘୋଷଣା କରିଛନ୍ତି । ଦିଲ୍ଲୀ ପୁଲିସ କଲ୍ୟାଣ ସମାଜ ପାଣ୍ଠିରୁ ଗୁରୁତର ଆହତ ପୁଲିସ କର୍ମଚାରୀଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ । ଅନ୍ୟ ଆହତ ପୁଲିସ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ଦିଲ୍ଲୀ ହିଂସାକୁ ନେଇ ଏପର୍ୟ୍ୟନ୍ତ ୩୮ଟି ମାମଲା ରୁଜୁ ହୋଇଛି ଏବଂ ୮୪ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.