pakka

ବିଜେପିରେ ଯୋଗଦେଲେ ବିଜେଡିର ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ : ହେବେକି ବିଜେପିର ନର୍ଲା ବିଧାୟକ ପ୍ରାର୍ଥୀ, ଅତୀତରେ ଭକ୍ତ ଦାସଙ୍କୁ ହରାଇ ଥିଲେ

bbehera

କଳାହାଣ୍ଡି, (ନରୋତ୍ତମ ସେଲମା ) : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ନର୍ଲା ବିଧାୟକ ଧନେଶ୍ୱର ମାଝୀ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି । ସେ ୨୦୧୪ରୁ ୨୦୧୯ ଯାଏଁ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ଯେତେବେଳେ ୨୦୦୯ ମସିହାରେ ରାଜ୍ୟରେ ବିଜେପି – ବିଜେଡିର ମେଂଟ ଭାଙ୍ଗିଗଲା ସେତେବେଳେ ବିଜେପିର ବିଧାୟକ ଥିବା ଧନେଶ୍ୱର ମାଝୀ ବିଜେପି ଛାଡି ବିଜେଡିକୁ ସମର୍ଥନ କରି ବିଜେପିରେ କେବଳ ଦୁର୍ଯ୍ୟୋଧନମାନେ ଅଛନ୍ତି ବୋଲି କହିଥିଲେ । ତେବେ ୨୦୧୯ରେ ବିଜେଡି ତାଙ୍କୁ ପ୍ରାର୍ଥୀ ନକରି କଂଗ୍ରେସରୁ ଆସିଥିବା ଭୂପିନ୍ଦର ସିଂଙ୍କୁ ପ୍ରାର୍ଥୀ କରିଥିଲା । ଏହାପରଠୁ ଶ୍ରୀ ମାଝୀଙ୍କୁ ଦଳ ଅଣଦେଖା କରୁଥିବା ସେ ଅଭିଯୋଗ କରିଥିଲେ । ଗତ ୨୭ ତାରିଖ ଦିନ ବିଜେଡିରୁ ଇସ୍ତଫା ଦେଇଥିଲେ । ଚାରି ଥର ବିଧାୟକ ହୋଇଥିବା ଶ୍ରୀ ମାଝୀ ବର୍ତ୍ତମାନ ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ତାଙ୍କୁ ବିଜେପି ନର୍ଲା ବିଧାୟତ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋକ ହୋଇଥିବାରୁ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ପାଇଁ ହେଉଥିବା ଆଲୋଚନାରେ ପ୍ରମୁଖ ଚେହେରା ହେବେ ବୋଲି ଚର୍ଚ୍ଚା ଚାଲିଛି । ଏକଦା ତତ୍କାଳୀନ କେସିଙ୍ଗା ବିଧାନସଭା କ୍ଷେତ୍ରରେ କଂଗ୍ରେସର ହେଭିୱେଟ୍‌ ନେତା ଭକ୍ତଚରଣ ଦାସଙ୍କୁ ପରାସ୍ତ କରିଥିବା ଶ୍ରୀ ମାଝୀ ଏବେ ବିଜେପିର ବିଧାୟକ ପ୍ରାର୍ଥୀ ହେଲେ ଚେକ୍‌ମେଂଟ୍‌ ଦେବେ ବୋଲି ଚର୍ଚ୍ଚା ଚାଲିଛି । ଏପରି କ୍ଷେତ୍ରରେ ବିଜେଡି କାହାକୁ ମଇଦାନକୁ ଓହ୍ଲାଉଛି ତାକୁ ନେଇ ସମୀକ୍ଷକ ମହଲରେ ଚର୍ଚ୍ଚା ଚାଲିଛି ।

jay balangir
Leave A Reply

Your email address will not be published.

thirteen + 2 =