pakka

ଭାରତ ରତ୍ନ ପ୍ରଦାନ କଲେ ରାଷ୍ଟ୍ରପତି

bbehera

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଭବନରେ ଆଜି ଆୟୋଜିତ ଏକ ପାରମ୍ପରିକ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି । ସେ ନିମ୍ନ ବ୍ୟକ୍ତିବିଶେଷମାନଙ୍କୁ ଭାରତ ରତ୍ନରେ ସମ୍ମାନିତ କରି ଅଛନ୍ତି :

  • ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱର୍ଗତ ପି.ଭି. ନରସିଂହ ରାଓଙ୍କ ପକ୍ଷରୁ ତାଙ୍କ ପୁଅ ପି.ଭି. ପ୍ରଭାକର ରାଓ ଭାରତ ରତ୍ନ ଗ୍ରହଣ କରିଥିଲେ ।
  • ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱର୍ଗତ ଚୌଧୁରୀ ଚରଣ ସିଂଙ୍କ ପକ୍ଷରୁ ତାଙ୍କ ନାତି ଜୟନ୍ତ ସିଂ ଭାରତ ରତ୍ନ ଗ୍ରହଣ କରିଥିଲେ ।
  • ବିଶିଷ୍ଟ କୃଷିବୈଜ୍ଞାନିକ ଡକ୍ଟର ଏମ.ଏସ୍. ସ୍ୱାମୀନାଥନଙ୍କୁ ମଧ୍ୟ ମରଣୋତ୍ତର ଭାବେ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ସ୍ୱର୍ଗତ ଡକ୍ଟର ଏମ.ଏସ୍. ସ୍ୱାମୀନାଥନଙ୍କ ପକ୍ଷରୁ ତାଙ୍କ ସୁପୁତ୍ରୀ ଡକ୍ଟର ନିତ୍ୟା ରାଓ ଭାରତ ରତ୍ନ ଗ୍ରହଣ କରିଥିଲେ ।
    କର୍ପୂରୀ ଠାକୁରଙ୍କୁ ମଧ୍ୟ ମରଣୋତ୍ତୋର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି । ସ୍ୱର୍ଗତ କର୍ପୂରୀ ଠାକୁରଙ୍କ ପକ୍ଷରୁ ତାଙ୍କ ପୁଅ ରାମନାଥ ଠାକୁର ଭାରତ ରତ୍ନ ସମ୍ମାନ ଗ୍ରହଣ କରିଥିଲେ ।
jay balangir
Leave A Reply

Your email address will not be published.

two × 1 =