pakka

ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ

bbehera

ନବରଙ୍ଗପୁର : ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନାନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡା ପଞ୍ଚାୟତରେ ବଜ୍ରପାତରେ ୩ ଜଣଙ୍କ ଜୀବନ ଚାଲିଯାଇଥସିବା ବେଳେ ଏଥିସହ ୪ଟି ଗୋରୁଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ହଠାତ ବଜ୍ରପାତ ହେବା ସହ ବର୍ଷା ହୋଇଥିଲା । ଫଳରେ ପାତ୍ରୀମାଲ ଗ୍ରାମର ୩ ଜଣଙ୍କ ଉପରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଏବଂ ଏଥିସହ ଗୁହାଳରେ ଥିବା ୪ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ପୋଲିସ ପହଞ୍ଚି ୩ ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

jay balangir
Leave A Reply

Your email address will not be published.

fifteen − fifteen =