oom

ମ. ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ ନେଇ ଆଦିବାସୀ ମିଳିତ ସଂଗ୍ରାମ ମଞ୍ଚର ଦାବୀପତ୍ର ପ୍ରଦାନ

jsmm

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ମ. ରାମପୁର ରାଜସ୍ୱ ମାନ୍ୟତା ପାଇଁ ସମସ୍ତ ଯୋଗ୍ୟତା ରଖିଥିବା ବେଳେ ଏ ନେଇ ଦୀର୍ଘ ବର୍ଷ ଧରି ବିଭିନ୍ନ ସଙ୍ଗଠନ ତରଫରୁ ଦାବୀ ହେଉଛି । ଆଜି ମଧ୍ୟ ଆଦିବାସୀ ସଂଗ୍ରାମ ମଞ୍ଚ ତତଫରୁ ଏହି ଦାବୀ ନେଇ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ କରାଯାଇଛି । ଆଦିବାସୀ ମିଳିତ ସଂଗ୍ରାମ ମଞ୍ଚ ତରଫରୁ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଓ ଆବାହକ ବିଭୁତୀ ଭୁଷଣ ମହାଖୁଡଙ୍କ ନେତୃତ୍ୱରେ ଚାରି ଛକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ତହସିଲଦାରଙ୍କ ଜରିଆରେ ଦାବୀପତ୍ର ସହ ମ. ରାମପୁର ବ୍ଲକ୍ ଠାରେ ଜିଲ୍ଲାପାଳ ଜନ ଶୁଣାଣି କରିବା ଅବସରରେ ତାଙ୍କୁ ମଧ୍ୟ ମ.ରାମପୁର ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବୀରେ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ଚମରା ବାଗର୍ତ୍ତି, ପଦ୍ମଲୋଚନ ମିଶ୍ର, ପଦ୍ମଲୋଚନ ପାତ୍ର, ବିପ୍ର ମାଝୀ, ରାଜୁ ମାଝୀ, ବିଶ୍ୱଜିତ୍ ଚାଟାର୍ଜୀ, ସତ୍ୟଜୀତ ଚାଟାର୍ଜୀ, ଗଙ୍ଗାଧର ପ୍ରହରାଜ, ଦିବାକର ବାଗ, ଉପେନ୍ଦ୍ର ପାତ୍ର, ଦୟାନିଧି ପାତ୍ର, ପ୍ରଭାକର ନାଗ, ଦାଶରଥି ମାଝୀ, ଲୋଚନ ଧରୁଆ, ଲଙ୍ଗେ ମାଝୀ ଓ ଧୋବା ପନ୍ଦର ପ୍ରମୁଖ ସାମିଲ୍ ଥିଲେ । ଏହି ଅବସରରେ ମତ ପ୍ରକାଶ ପାଇଛି ଯେ, ଯଦି ସରକାର ଦୃଷ୍ଟି ନ ଦେବେ ତେବେ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବା ସହ ଆଗାମୀ ଦିନରେ ରାଜରାସ୍ତାକୁ ମଞ୍ଚ ଓହ୍ଲାଇବ ବୋଲି କହିଥିଲେ ।

jittmm
Leave A Reply

Your email address will not be published.