
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୭ତମ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଇଂରାଜୀ ଅଧ୍ୟାପକ ହୃଦାନନ୍ଦ ପୁହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅର୍ଥନୀତି ଅଧ୍ୟାପକ ରାଧାଶ୍ୟାମ ତ୍ରିପାଠୀ ଓ ରାଜନୀତି ବିଜ୍ଞାନ ଅଧ୍ୟାପିକା ସୁପ୍ରିୟା ନାଗ ଅତିଥି ରୂପେ ଯୋଗଦେଇ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ, ସମ୍ବିଧାନର ମୂଳ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଅନ୍ୟ ଅଧ୍ୟାପକ ବୈକୁଣ୍ଠ ସାହୁ, କମଲେଶ ରଣା, ନରେଶ ସତନାମି, ରାଜକୁମାର ବାଗ ପ୍ରମୁଖ ଯୋଗଦେଇ ସମ୍ବିଧାନ ଦିବସର ଐତିହାସିକ ମହତ୍ତ୍ୱ ଓ ସମ୍ବିଧାନର ଭୂମିକା ସମ୍ପର୍କରେ ନିଜ ନିଜର ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଇଂରାଜୀ ଅଧ୍ୟାପକ ବିକ୍ରମ ତାଣ୍ଡିଙ୍କ ସଭା ସଂଯୋଜନାରେ ଓଡ଼ିଆ ଅଧ୍ୟାପିକା ଲିଲି ପଧାନ ଧନ୍ୟବାଦ୍ ଦେଇଥିଲେ ।