
ବାରିପଦା, (ଦେବସ୍ମିତା ଚୌଧୁରୀ) : ସ୍ଥାନୀୟ ଭଞ୍ଜପୁର ଠାରେ ଆୟୋଜିତ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା – ୨୦୨୬ର ୩ୟ ସନ୍ଧ୍ୟାରେ ପ୍ରଥମେ ନଂ ୧ ଡ୍ୟାନ୍ସ ଗ୍ରୁପର କୁନିକୁନି କଳାକାରମାନଙ୍କ ନୃତ୍ୟ ପରିବେଷଣ ବେଶ ଆକର୍ଷଣୀୟ ଥିଲା । ପରେ ପରେ ଭାରତୀ କଲେଜ ଅଫ ନର୍ସିଙ୍ଗ, ଆର୍ଏନ୍ ଡ୍ୟାନ୍ସ ଗ୍ରୁପ, ରାଜକମଲ ହ୍ୟାପି କିଡ଼ସ ସ୍କୁଲ ଓ ଭାରତୀ ପବ୍ଲିକ ସ୍କୁଲ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ପରମେଶ୍ୱର ଓଲିଉଡ଼ ଷ୍ଟାର ଡ୍ୟାନ୍ସ ନାଇଟର ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା । ସମ୍ପାଦକ କିଶୋର ପଲେଇଙ୍କ ଦିଗଦର୍ଶନରେ ଡ଼. ପ୍ରିତମ ପଣ୍ଡା, ଆଲୋକ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପଦେଷ୍ଟା କମିଟିର ଉପାଧ୍ୟକ୍ଷ ନନ୍ଦିକେଶ ଶେଜପଡା ଓ ମେଳା ସାଧାରଣ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି କାର୍ଯ୍ୟକ୍ରମ ପରିବେଷଣ କରିଥିବା ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଆସନ୍ତାକାଲି କରଂଜିଆର ଚାରୁ ଡ୍ୟାନ୍ସ ଏକାଡେମୀର କାର୍ଯ୍ୟକ୍ରମ ପରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜଙ୍କ ଓଲିଉଡ଼ ନାଇଟ କାର୍ଯ୍ୟକ୍ରମ ରହିଛି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି । ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ସହ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।