
ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ବାଳ ବୈଜ୍ଞାନୀକ ପ୍ରଦର୍ଶନୀ : ଶକ୍ତି କ୍ଲବ ପ୍ରତିରୂପ ପ୍ରଦର୍ଶନୀ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନୀକ ପ୍ରଦର୍ଶନୀ, ଶକ୍ତି କ୍ଲବ ପ୍ରତିରୂପ ପ୍ରଦର୍ଶନୀ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତା ଚିନାଜୁରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଡୁଙ୍ଗୁରିପାଲି ପଂଚାୟତ ସମିତି ଉପାଧ୍ୟକ୍ଷ ମକରଧ୍ଵଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ବୈଜ୍ଞାନିକ ଭାବନାର ବିକାଶରେ ଶିଶୁ ବୈଜ୍ଞାନୀକ ପ୍ରଦର୍ଶନୀ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତାର ଭୂମିକା ଯୁଗୋପଯୋଗୀ ବୋଲି କହିଥିଲେ । ବ୍ଲକ ଉନ୍ନୟନ ଅଧିକାରୀ ସଂଜୀବ କୁମାର ସାହୁ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରସାଦସିଂ ଜାଲ, ସ୍ଥାନୀୟ ସରପଞ୍ଚ ରାଜକୁମାର ସାହୁ, ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସତ୍ୟବାନ କୁଅଁର, ବ୍ଲକ ବିଜ୍ଞାନ ସଂଯୋଜକ ଉମାକାନ୍ତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ପତାକା ଉତ୍ତୋଳନ ଓ ଫିତା କାଟି ଉଦଘାଟନ କରିବା ସହ ନିଜ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଗତ ଦିନରେ ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜନ କରିଥିବା ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଯୁକ୍ତଦୁଇ ବିଜ୍ଞାନରେ ବ୍ଲକ ପ୍ରଥମ ହୋଇଥିବା ଛାତ୍ରୀ ଅନନ୍ୟା ନାଏକ, ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଏ-ୱାନ୍ ପାଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବଲାଙ୍ଗିର ସାଂସଦଙ୍କ ଡୁଙ୍ଗୁରିପାଲି ବ୍ଲକ ପ୍ରତିନିଧି ବୀରେନ୍ଦ୍ର କଠାର ମୁଖ୍ୟ ଅତିଥି, ବିଦ୍ୟାଳୟ ପ୍ରତିଷ୍ଠାତା ଘନଶ୍ୟାମ ପଧାନ, ବ୍ଲକ ବିଜ୍ଞାନ ନିରୀକ୍ଷକ ଦୀନବନ୍ଧୁ ପଧାନ, ଅତିରିକ୍ତ ଶିକ୍ଷା ଅଧିକାରୀ ଗଞ୍ଜଲୁ ମିର୍ଦ୍ଧା, ସିଆର୍ସିସି ରମେଶ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡାକ୍ତର ସାନନ୍ଦ ବାଗ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ମନୋବୃତ୍ତିର ବିକାଶ ପାଇଁ ତତ୍ପର ରହିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ କୁଇଜ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ଚୟନୀତ ହୋଇଥିବା ଛାତ୍ରଛାତ୍ରୀ ଓ ଗାଇଡ଼ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ସହ ପୁରସ୍କୃତ କରିଥିଲେ । ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଓ ଗାଇଡ଼ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ଘନଶ୍ୟାମ ମେହେର, ସିଆର୍ସିସି ଦିଲୀପ ପଧାନ, ଶିକ୍ଷକ ସଂଜୀବ କୁମାର ସାହୁ, ଶ୍ରୀକୁମାର ପଟେଲ, ମଞ୍ଜୁଲତା ମିଶ୍ର ସଭା ପରିଚାଳନା କରିଥିଲେ । ବିଚାରକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ହୋତା, ପଞ୍ଚାନନ ବାରିକ, ବିଜ୍ଞାନ ଶିକ୍ଷକ ରଜତ ବଡ଼ମାଳୀ, ସୌଦାଗର ମାଝୀଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ବ୍ଲକର ୧୫ଟି କ୍ଲଷ୍ଟରର ୧୦୫ଟି ବିଦ୍ୟାଳୟ ରୁ ଧାରଣକ୍ଷମ ଓ ବିକଶିତ ଭାରତ ପାଇଁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ନବସୃଜନ ପ୍ରସଙ୍ଗରେ ଉତ୍ତମ ଜୀବନ ପାଇଁ କୃତ୍ରିମ ବୁଦ୍ଧିମତ୍ତା, ସବୁଜ ଶକ୍ତି ଓ ପରିବେଶ ସଂରକ୍ଷଣ, ଗାଣିତିକ ପ୍ରତିରୂପ ଓ ଗଣନାତ୍ମକ ଚିନ୍ତାଧାରା, ସ୍ୱାସ୍ଥ୍ୟ ପରିମଳ ଓ ସ୍ୱଚ୍ଛତା, ଦେଶୀୟ କୃଷି ପଦ୍ଧତି, ବିଜ୍ଞାନ ଓ ଗ୍ରାମ୍ୟ ରୂପାନ୍ତରଣ, ବିପର୍ଯ୍ୟୟ ପରିଚାଳନା ପରି ସାତଟି ଉପ ପ୍ରସଙ୍ଗ ଆଧାରିତ ୧୧୪ଟି ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ବାଳ ବୈଜ୍ଞାନିକ ପ୍ରଦର୍ଶନୀ ପ୍ରାଥମିକ ସ୍ତରରେ ଟୁନିଆମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୁଭଶ୍ରୀ ନାଗ ପ୍ରଥମ, ତିତେରକୁନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତ୍ୟୁଷ ପଧାନ ଦ୍ଵିତୀୟ , କର୍ଲାଜୁରୀ ପ୍ରାଥମିକ ବିଦ୍ୟାଳୟର ଝରଣା ଦଳେଇ ତୃତୀୟ ହୋଇ ସମ୍ମାନିତ ହୋଇଥିଲେ । ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟର ସ୍ନେହା ନାଏକ, ମାୟାବର୍ହା ଉଚ୍ଚ ବିଦ୍ୟାଳୟର ଟିକେଶ୍ୱରୀ ପଧାନ, କପାସିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାଗିଣୀ ପର୍ଡିଆ, ଚେରୁପାଲି ଉଚ୍ଚ ବିଦ୍ୟାଳୟର ରାଜ ଡାଙ୍ଗ, ତମାମୁରା ଉଚ୍ଚ ବିଦ୍ୟାଳୟର ଏସ୍. ଦିବାକର, ଚନ୍ଦଳୀ ଉଚ୍ଚ ବିଦ୍ୟାଳୟର ରିମସାରାଣୀ ଭୋଇ, ଫଟାମୁଣ୍ଡା ଆଦର୍ଶ ବିଦ୍ୟାଳୟର ଅନ୍ୱୟ ରଞ୍ଜନ ବରିହା ଜିଲ୍ଲା ସ୍ତର ପାଇଁ ମନୋନୀତ ହୋଇଥିଲେ । ଶକ୍ତି କ୍ଲବ ପ୍ରତିକୃତୀ ପ୍ରତିଯୋଗିତାରେ ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟର ସିଉଟି ଖମାରୀ, ତମାମୁରା ଉଚ୍ଚ ବିଦ୍ୟାଳୟର ଦିବ୍ୟାଶ୍ରୀ ପଧାନ, ମାୟାବର୍ହା ଉଚ୍ଚ ବିଦ୍ୟାଳୟର ଡଲି ସାହୁ, ରାମପୁର ଉଚ୍ଚ ବିଦ୍ୟାଳୟର ଓମ୍ ପଧାନ, ଚେରୁପାଲି ଉଚ୍ଚ ବିଦ୍ୟାଳୟର ଅଲିଭା ସାହୁ, ଗଜବନ୍ଧ ଉଚ୍ଚ ବିଦ୍ୟାଳୟର ବବଲୀ ବାଗ, ସୁନାପାଲି ଉଚ୍ଚ ବିଦ୍ୟାଳୟର ପ୍ରିୟା ମେହେର, ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟର ଅଙ୍କିତ ଦୋରାଙ୍କ ପ୍ରକଳ୍ପ ଚୟନୀତ ହୋଇଥିଲା । ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ଉଚ୍ଚ ପ୍ରାଥମିକ ସ୍ତରରେ ଫଟାମୁଣ୍ଡା ଆଦର୍ଶ ବିଦ୍ୟାଳୟର ସ୍ମାରକ ପଧାନ, ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରଦ୍ଧାଞ୍ଜଳୀ ବାଗ, ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ସାହୁ, ମାଧ୍ୟମିକ ସ୍ତରରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟର ଟିକେଶ୍ୱରୀ ପଧାନ, ଫଟାମୁଣ୍ଡା ଆଦର୍ଶ ବିଦ୍ୟାଳୟର ଅରିନ୍ଦମ ପଧାନ, ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ସୌନ୍ଦର୍ଯ୍ୟ ମାହାନା ଜିଲ୍ଲା ସ୍ତରକୁ ଚୟନୀତ ହୋଇଥିଲେ । ସମ୍ମାନିତ ଅତିଥି ତଥା ସୁନାପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାକାନ୍ତ ବେହେରା ପରବର୍ତ୍ତୀ ବର୍ଷ ବିଜ୍ଞାନ ମେଳା ପାଇଁ ବିଜ୍ଞାନ ପତାକା ଗ୍ରହଣ କରିଥିଲେ । ସିଆର୍ସିସି ସୁରେଶ ନାୟକ, ନୀଳକଣ୍ଠ ନାଏକ, ପ୍ରବୀର ଭୋଇ, ରଞ୍ଜନ ଦାସ, ଶୁଭଲାଲ ସାହୁ, ରାଧେଶ୍ୟାମ ରଥ, ବିଭୁତି ରଥ, ସୌରଭ ସାହୁ, ପ୍ରଦୀପ୍ତ କିଶୋର ଦାଶ, ଚିତ୍ତରଞ୍ଜନ ଠାକୁର, ନରେନ୍ଦ୍ର ପୁରୋହିତ, ସୁନୀଲ ସେଟ, ସୁଧାଂଶୁ ସାହୁ, ପ୍ରଧାନ ଶିକ୍ଷକ ସନାତନ ବେହେରା, ସୋମନାଥ ହାତୀ, ବୈଶାଖୁ ପଧାନ, ପ୍ରଦୀପ ପୂଜାରୀ, ବିଶ୍ଵାମିତ୍ର ବାରିକ, ଲୋକନାଥ ମେହେର, ହୋସିୟା ଛତ୍ରୀୟା, ବିଶ୍ୱନାଥ ମେହେର, ସୁନୀଲ ସାହୁ, ମେଘନାଦ ବେହେରା, ପ୍ରେମରାଜ ସେଠୀ, ଡୋଲାମଣୀ ଭୁକ୍ତା, ଦୁଷ୍ମନ୍ତ ପଧାନ, ସଦାନନ୍ଦ ପଧାନ, ବୀରେନ୍ଦ୍ର ସାହୁ, ନୀଳକାନ୍ତ ବେହେରା, ବିନୋଦ ଦ୍ଵାରୀ, କ୍ଷିତିଶ ସାହୁ, ଗରୁଡ଼ ଅଦାବର, ବୈଷ୍ଣବ ଗଡତିଆ, ସନ୍ତୋଷ ଭୋଇ, ବିଜେତାଶ୍ୱ ପଧାନ, ନାରାୟଣ ମେହେର, ଫଗୁନୁ ନାଏକ, କରମଚନ୍ଦ୍ର ବାରିକ, ରାମଗୋପାଳ ଭୋଇ, ଶଶିଭୂଷଣ ପୁରୋହିତ, ଜୟପ୍ରକାଶ ସେଟ, ସୁରେଶ ପୂଜାରୀ, ମନୋଜ ପଧାନ, ଦିବ୍ୟକିଶୋର ଯୋଶୀ, ପଞ୍ଚାନନ ମେହେର, ବ୍ୟାସଦେବ ଭୋଇ, ଜିତେନ୍ଦ୍ରିୟ ସାହୁ, ଶିଶିର ପଧାନ, ସୁଦାମ ଖମାରୀ, ଚକ୍ରପାଣି ସାହୁ, ଦୀନବନ୍ଧୁ ମେହେର, ଥବିର ଦୋରା, ମୁରାରୀ ରଥ, ଅଶୋକ ବୁଦ୍ଧିଆ, ଆର୍ତତ୍ରାଣ ପଧାନ, ଯୋଗାନନ୍ଦ ପଧାନ, ବଳରାମ ନାଏକ, ଶାନ୍ତନୁ ସାହୁ, ତେଜରାଜ ବାରିକ, ସୁମନ୍ୟୁ ପୁଷ୍ପେନ୍ଦ୍ର ପଧାନ, ଦିବ୍ୟରଞ୍ଜନ ପାତ୍ର, ସୁବ୍ରତ ସାହୁ, ଦୀନବନ୍ଧୁ ବରିହା, ଦିବ୍ୟରଞ୍ଜନ ପଧାନ, ଯୁଧିଷ୍ଠିର ରଣା, ମୁକୁନ୍ଦ ରଥ,ସୁରେଶ ସାହୁ, ସୁନୀଲ ଚିନ୍ଦ୍ରା, ଶିକ୍ଷୟିତ୍ରୀ ରେବତୀ ଯୋଶୀ, ପୁଷ୍ପାଞ୍ଜଳି ସାହୁ, ସ୍ଵାଗତିକା ବିଶି, ରାଜଶ୍ରୀ ତ୍ରିପାଠୀ, କିରଣ୍ମୟୀ ରାଜହଂସ, କମଳା ପଧାନ, ଅନିଶା ପଧାନ, ଚନ୍ଦ୍ରାବତୀ ମେହେର, ଚିନାଜୁରୀ ଉଚ୍ଚ ବିଦ୍ୟାଳୟ ଓ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ଅବିଭାବକ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟ ସଭ୍ୟା, ଚିନାଜୁରୀ ଓ ଆଖପାଖ ଗ୍ରାମର ଗ୍ରାମବାସୀ, ଅଗ୍ନିଶମ ବିଭାଗ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ସ୍କାଉଟ ଓ ରେଡ଼କ୍ରସ ଛାତ୍ରଛାତ୍ରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ସହଯୋଗ କରିଥିଲେ । ଗୋଷ୍ଠୀ ସହ ଶିକ୍ଷାଧିକାରୀ ଜଗତ ମଲ୍ଲିକ ଓ ବ୍ୟାସଦେବ ରାୟ, ସ୍ଥାନୀୟ ବିଦ୍ୟାଳୟର ବିଜ୍ଞାନଶିକ୍ଷକ ଲକ୍ଷ୍ମୀଧର ମେହେର, ଖେଳ ଶିକ୍ଷକ ଗୁଣନିଧି ସାହୁ, ଚିନ୍ତାମଣି ପଧାନ, ସତ୍ୟବାନ ପଧାନ, ଆନନ୍ଦ ପଧାନ କାର୍ଯ୍ୟକ୍ରମ ତଦାରଖ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଆୟୋଜନକାରୀ ସମ୍ପାଦକ ଅରୁଣ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।