୧୯୮ ବୋତଲ ମଦ ଜବତ ସହ ଜଣେ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ଅନ୍ତର୍ଗତ ଗଜପତି ମାର୍କେଟର ବି-୨୭୨ ନମ୍ବର ଦୋକାନରୁ ବେଆଇନ ଭାବେ ଗଚ୍ଛିତ ଥିବା ୧୯୮ଟି ବିଭିନ୍ନ ବ୍ରାଣ୍ଡର ମଦକୁ ସେକ୍ଟର ୧୯ଥାନା ପକ୍ଷରୁ ଜବତ କରାଯାଇଛି । ଥାନାଧିକାରୀ ମାନସ ସ୍ବାଇଁଙ୍କ ନିର୍ଦ୍ଦେଶରେ ସବ ଇନ୍ସପେକ୍ଟର ରଞ୍ଜିତ କୁଲୁ ଓ ଅନ୍ୟ ଷ୍ଟାଫ୍‌ମାନେ ଗଜପତି ମାର୍କେଟର ଉକ୍ତ ଦୋକାନ ଉପରେ ଚଢାଉ କରି ଏହାର ମାଲିକ ମିଶ୍ର ଖଟାଲ ନିବାସୀ ସଞ୍ଜୟ ବେହେରାକୁ ଗିରଫ କରି ମଦ ଗୁଡିକୁ ଜବତ କରିଥିଲେ । ସେକ୍ଟର ୧୯ ଥାନା ପକ୍ଷରୁ ଚଢାଉ ପରେ ଅସାଧୁ ବ୍ୟବସାୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ଗିରଫ ଶ୍ରୀ ବେହେରାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଗାମୀ ଦିନରେ ଏହି ଚଢାଉ ଜାରି ରହିବ ବୋଲି ଥାନାଧିକାରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

thirteen − 2 =