jayashree

ଡଙ୍ଗରପଡ଼ା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଡଙ୍ଗରପଡ଼ା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଶୁକ୍ରବାର ଭବ୍ୟ ଆକାରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ ତୃତୀୟ ପର୍ଯ୍ୟାୟରେ ସାରା ରାଜ୍ୟରେ ମୋଟ ୬୩୦ଟି ଓ ମୁରିବାହାଲ ବ୍ଲକରେ ମୋଟ ୦୮ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ପତ୍ରାପାଲି(କ)ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବେତାବ କୁମାର ବିଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡଙ୍ଗରପଡ଼ା ସରପଞ୍ଚ ରାମଦାସ ମହାକୁର ମୁଖ୍ୟ ଅତିଥି, ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ସ୍ଵତନ୍ତ୍ର ଅତିଥି, ମୁଖ୍ୟବକ୍ତା ଡ. ନାରାୟଣ ମିଶ୍ର, ସମାଜସେବୀ ସୁରେଶ ଭୋଇ, ତେଜୁରାମ ବାଗ, ମହାଦେବ ଟାହାଣି,
ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ମୁକ୍ତା ଭୋଇ, ଡଙ୍ଗରପଡା ଗ୍ରାମର ଭଦ୍ର ବ୍ୟକ୍ତି ଧନୁଜ ମାଝି, ଲାଲ ଭୋଇ, କପିଳାସ ଭୋଇ ଓ ଦନ୍ଦ୍ରା ଗ୍ରାମର ସମାଜସେବୀ ମାଲିକ ମହାକୁର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଦନ୍ଦ୍ରା ଆଜାଦ୍ ଉଚ୍ଚ ବିଦ୍ୟାଳୟ ରମେଶ ଚନ୍ଦ୍ର ରାଉତ, ପ୍ରଧାନଶିକ୍ଷକ ଦନ୍ଦ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାବୁଲାଲ ଭୋଇ, ସହକାରୀ ଶିକ୍ଷକ ରାଜୀବ ଲୋଚନ ଦାସ, ପ୍ରଧାନ ଶିକ୍ଷକ ପ୍ରାଥମିକ ବିଦ୍ୟାଳୟ କୁଦୋଭଟା – ଶୋଭବନ ଦୀପ, ପ୍ରଧାନ ଶିକ୍ଷକ ପ୍ରାଥମିକ ବିଦ୍ୟାଳୟ ସାଲେପଡ଼ା ସେବତୀ ଦାସ, ପ୍ରଧାନ ଶିକ୍ଷକ ପ୍ରାଥମିକ ବିଦ୍ୟାଳୟ ସାରସପଡ଼ା ପ୍ରମିତା ପଟ୍ଟନାୟକ, ପ୍ରଧାନ ଶିକ୍ଷକ ପ୍ରାଥମିକ ବିଦ୍ୟାଳୟ ମଖାପାଲି ସୁନିଲ କୁମାର ନେଓରା, ପୂର୍ବତନ ସିଆର୍‌ସିସି ପ୍ରମୋଦ କୁମାର କର୍ମୀ, ଡଙ୍ଗରପଡା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଳିତ ମୋହନ ଭୋଇ, ସହକାରୀ ଶିକ୍ଷକ ଶୁଭକାନ୍ତ ସାହୁ, ସହକାରୀ ଶିକ୍ଷୟିତ୍ରୀ ଭାରତୀ ବରିହା, ରାଜଶ୍ରୀ ମହାନ୍ତି, ରାଜସ୍ମିତା ମହାପାତ୍ର, ବେଣୁଧର ମେହେର, ଶିଶୁ ସେଭିକା ସମିତା ଭୋଇଙ୍କ ସହ ସମସ୍ତ ପରିଚାଳନା କମିଟି ସଦସ୍ୟ, ଅଭିଭାବକ, ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.