
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତ ସଦର ମହକୁମା ଖେଳପଡିଆରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଆଭାସୀ ମାଧ୍ୟମରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ସମ୍ମାନିତ ଅତିଥି ବିଟାବନ୍ଧ ସରପଞ୍ଚ କଲ୍ୟାଣୀ ଘିଭେଲା, ସମିତି ସଭ୍ୟା ଜ୍ୟୋସ୍ନା ରଣା,ଏବିଇଓ କୋଦଣ୍ଡଧର ଭୋଇ, ସିଆର୍ସିସି ଲକ୍ଷପତି ହରପାଲ, ବିଟାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ୟୋଗିତା ଶବର , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅମର ସିଂ ଘିଭେଲା, ପ୍ରଧାନ ଶିକ୍ଷକ ମାଲିଶିରା ହାଇସ୍କୁଲ ପୁରୁଷୋତ୍ତମ ବାଗ, ପ୍ରଧାନ ଶିକ୍ଷକ ବାଙ୍କେଲ ଜ୍ୟୋତି ରଞ୍ଜନ ଭୋଇ, ପ୍ରଧାନ ଶିକ୍ଷକ ସିରୋଲ ହାଇସ୍କୁଲ ମୋତିରାମ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ । ବିଟାବନ୍ଧ ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଭଗବାନ ତାଣ୍ଡି ସଭା ପରିଚାଳନା କରିଥିବା ବେଳେ ମାଲିଶିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭରତ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଟାବନ୍ଧ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।