
ରାଉରକେଲା, (ସସ୍ମିତା ପ୍ରଧାନ) : ଆଲୋକର ପର୍ବ ଦୀପାବଳି ପାଇଁ, ରାଉରକେଲା ସହର ସମେତ ଇସ୍ପାତ ସହରାଞ୍ଚଳରେ ବାଣ ବିକ୍ରୟ ଜୋରଦାର ହୋଇଛି । ଏଥର ସବୁଜ ବାଣ ବିକ୍ରୟର ଚାହିଦା ଅଧିକ ରହିଛି । ଅନ୍ୟପକ୍ଷରେ, ଏଥର ସହରରେ ପାନପୋଷ ମାର୍କେଟ, ଫର୍ଟିଲାଇଜର ମାର୍କେଟ, ଉଦିତନଗର ମ୍ୟୁନିସିପାଲ୍ କଲେଜ ପାଖ ପଡ଼ିଆ, ମହତାବ ରୋଡର ଇଦଗା ପଡ଼ିଆ ସାମ୍ନା ଦୁର୍ଗା ପୂଜା ପଡ଼ିଆରେ ବାଣ ଦୋକାନ ଖୋଲାଯାଇଛି । ସେହିପରି ସେକ୍ଟର-୧୩ ମେଲଣ ପଡ଼ିଆ, ଟେଲିଫୋନ୍ ଭବନ ପଡ଼ିଆରେ ବାଣ ଦୋକାନ ଖୋଲାଯାଇଛି । ତାଳବାଣ, ସ୍ପାର୍କଲର, ଅନାର ଚକ୍ରୀ, ଚକୋଲେଟ୍ ବମ୍, ରକେଟ୍, ସ୍କାଏ ବମ୍, ଡବଲ୍ ସାଉଣ୍ଡ ବାଣ ଏବଂ ଅନ୍ୟାନ୍ୟ ବାଣ ବିକ୍ରୟ ଜୋରଦାର ଚାଲିଛି । ଏଥର ଯୁବପିଢ଼ି ସବୁଜ ବାଣ ବିଶେଷ କିଣୁଛନ୍ତି । ଟାଇଗର ବମ୍ ଏବଂ ଅନ୍ୟାନ୍ୟ ବାଣ ବିକ୍ରୟ ଜୋରଦାର ଚାଲିଛି । ଆଜି ଶନିବାର, ଛୋଟ ଦୀପାବଳି ଯୋଗୁଁ ବାଣ ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି । ସୁରକ୍ଷାକୁ ଦୃଷ୍ଟିରେ ରଖି, ଦୋକାନୀମାନେ ଦୋକାନ ପାଖରେ ବାଲି ଏବଂ ଅଗ୍ନି ସିଲିଣ୍ଡର ମଧ୍ୟ ରଖିଛନ୍ତି ।