pakka

ଟିପ୍ପର ଧକ୍କାରେ ଚାଲିଗଲା ନାବାଳକଙ୍କ ଜୀବନ

bbehera

ଅନୁଗୁଳ : ଅନୁଗୁଳ ଟ୍ରାଫିକ ଛକରେ ଟିପ୍ପର ଧକ୍କାରେ ଜଣେ ନାବାଳକର ମୁତ୍ୟୁ ଘଟିଛି । ମୃତ ନାବାଳକ ଜଣକ ହେଲେ ଆୟୁଷ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ସୂଚନା ଅନୁସାରେ ସ୍ଥାନୀୟ ମିଶ୍ରପଡାର ନାବାଳକ ଆୟୁଷ କଦମ ପଡିଆକୁ ନିଜ ଭାଇସହ ଖେଳିବାକୁ ଆସୁଥିଲେ । ଅନୁଗୁଳ ଟ୍ରାଫିକ ଛକରେ ଆୟୁଷଙ୍କ ଉପରେ ଏକ ଟିପ୍ପର ମାଡିଯାଇଥିଲା । ଗୁରୁତର ଅବସ୍ଥାରେ ତୁରନ୍ତ ତାକୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ଅନଗୁଳ ପୋଲିସ ପହଞ୍ଚି ଟିପ୍ପର ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

jay balangir
Leave A Reply

Your email address will not be published.

13 + 20 =