csstore

ରାଜ୍ୟ ବ୍ରାହ୍ମଣ ମହାସଭାର କାର୍ଯ୍ୟକାରିଣୀ ବୈଠକ

  • ନରେନ୍ଦ୍ର କୁମାର ଆଚାର୍ଯ୍ୟ ହେଲେ ରାଜ୍ୟ ପର୍ଶୁରାମ ବାହିନୀର କାର୍ଯ୍ୟକାରୀ ସଭାପତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ରାଜ୍ୟ କାର୍ଯ୍ୟକାରିଣୀ ସଭା ବୌଦ୍ଧ ଜିଲ୍ଲା ଜଗନ୍ନାଥ ମନ୍ଦିର ଠାରେ ରାଜ୍ୟ ସଭାପତି ମହନ୍ତ ପର୍ଶୁରାମ ଦାଶ ମହାରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ପ୍ରେମାନନ୍ଦ ଦାଶ ଯୋଗ ଦେଇ ରାଜ୍ୟରେ ବ୍ରାହ୍ମଣମାନଙ୍କ ସ୍ୱାର୍ଥ ପାଇଁ ସଂଗଠନକୁ ସଂଗଠିତ ଓ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ । ସାଧାରଣ ସଂପାଦକ ହରିଚରଣ ଦାଶ ବିବରଣୀ ପଠନ ପୂର୍ବକ ରାଜ୍ୟ ସଂଘ ଦ୍ୱାରା ପ୍ରକାଶ ପାଉଥିବା ତ୍ରିୟମାସ ପତ୍ରିକା ବ୍ରହ୍ମ ସନ୍ଦେଶର ପୁନଃ ପ୍ରଚଳନ ଓ ବିଭିନ୍ନ କାର୍ଯ୍ୟକାରିତା ସମ୍ବନ୍ଧରେ କହିଥିଲେ । ଶେଷରେ ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ନରେନ୍ଦ୍ର କୁମାର ଆଚାର୍ଯ୍ୟ, ନଗର ସଭାପତି ବ୍ରାହ୍ମଣ ମହାସଭା ବଲାଙ୍ଗିରଙ୍କୁ ରାଜ୍ୟ ପର୍ଶୁରାମ ବାହିନୀର କାର୍ଯ୍ୟକାରୀ ସଭାପତି ଭାବରେ ମନୋନିତ କରାଯାଇଥିଲା । ଉପରୋକ୍ତ ବୈଠକକୁ ଓଡିଶାର ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା, ପୂର୍ବାଞ୍ଚଳ, ଦକ୍ଷିଣାଞ୍ଚଳ, ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ ସଂଯୋଜକ ସହିତ ପର୍ଶୁରାମ ବାହିନୀ, ଶକ୍ତି ବାହିନୀ ତଥା ସହସ୍ରାଧିକ ସଭ୍ୟ ଅଂଶଗ୍ରହଣ କରିଥିବାରୁ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସ୍ୱାଗତ ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

jayashree
Leave A Reply

Your email address will not be published.