csstore

କଣ୍ଟାବାଞ୍ଜିରେ ନିଶୁଳ୍କ କ୍ୟାନ୍ସର ରୋଗ ଚିହ୍ନଟ ଶିବିର ଆୟୋଜିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ନିଶୁଳ୍କ କ୍ୟାନ୍ସର ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା । ସ୍ଵର୍ଗତ ଟେକଚନ୍ଦ ଜୈନଙ୍କ ସ୍ମୃତିରେ ମାରୱାଡି ଯୁବା ମଞ୍ଚ କଣ୍ଟାବାଞ୍ଜି ବିକାଶ ଶାଖା ପକ୍ଷରୁ ସ୍ଥାନୀୟ ହରିଭବନରେ ଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ଭାବେ ଅଗ୍ରୱାଲ ସଭା ସଭାପତି କୈଲାଶ ଅଗ୍ରୱାଲ, ଆୟୁବ ଖାଁ ମଲ୍ଟି ସ୍ପେସାଲିଟି ହସ୍ପିଟାଲ ଏମ୍‌ଡି ଡାକ୍ତର ଅମଜଦ ଖାଁ, ସମାଜସେବୀ ଶୈଳେନ୍ଦ୍ର ଜୈନ କ୍ୟାନ୍ସର ରୋଗ ଚିହ୍ନଟ ଶିବିର ରାଜି ସଂଯୋଜକ ମନୀଷ ଜୈନ, ବିକାଶ ମଞ୍ଚ ସଭାପତି ଅଜୟ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ରହିଥିଲେ । ମାରୱାଡି ଯୁବା ମଞ୍ଚର ରାଜ୍ୟ ସଦସ୍ୟ ଆଶିଷ ଖୈତାନ ମଞ୍ଚ ପରିଚାଳନା କରିଥିଲେ । କ୍ୟାନ୍ସର ରୋଗ କାହିଁକି ହୋଇଥାଏ । ରୋଗ ହୋଇଛି ବୋଲି ଜାଣିବା ପରେ ରୋଗୀ କ’ଣ କରି ପାରିବ ସେନେଇ ଟିକିନିଖି ଡାକ୍ତର ଅମଜଦ ଖାଁ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ । ପରେ ମୁଖ୍ୟ ଅତିଥି ଶ୍ରୀ ବାଗ କ୍ୟାନ୍ସର ରୋଗ ଚିହ୍ନଟ ପାଇଁ ଆସିଥିବା ଏକ ସ୍ଵତନ୍ତ ବସ୍‌ର ଉଦ୍‌ଘାଟଣ କରି ଶିବିର ଆରମ୍ଭ କରିଥିଲେ । ଶିବିରରେ ଅତ୍ୟାଧୁନିକ ମେସିନ୍‌ ସାହାର୍ଯ୍ୟରେ ଲୋକଙ୍କ ବିଭିନ୍ନ ପରୀକ୍ଷା ସହ କ୍ୟାନ୍ସର ରୋଗ ଚିହ୍ନଟ ନିଶୁଳ୍କରେ କରାଯାଇଥିଲା । ୧୨୫ରୁ ଅଧିକ ଲୋକ ଶିବିର ଲାଭ ଉଠାଇଥିଲେ । ଶିବିରରେ ମୟଙ୍କ ଜୈନ, ଆଲୋକ ଗୋୟଲ, କେଶବ ଝାରବଳିଆ, ବାବେଶ ଅଗ୍ରୱାଲ, ଅନୁପ ଜୈନ, ରାକେଶ ଅଗ୍ରୱାଲ, ବଜରଙ୍ଗ ଜିନ୍ଦଲ, ଆନନ୍ଦ ମୋଟେ, ଆଦେଶ ଜୈନ, ନିଖିଲ ଅଗ୍ରୱାଲ, ବିକାଶ ଜୈନ, ନାରାୟଣ ଜିନ୍ଦଲ, ଅର୍ପଣ ଜୈନ, ଆକାଶ ଜୈନ, ଦୀପକ ଜୈନ ସହ ଅନ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.