csstore

ଭରସୁଜା ଜଳନ୍ଧର ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଭରସୁଜା ଜଳନ୍ଧର ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଯୋଜକ ସୁଦାମ ଚରଣ ଖମାରୀ, ସମ୍ମାନିତ ଅତିଥି ଭାବେ ଇତିହାସ ଅଧ୍ୟାପକ ଚୌବନ ସାହୁ, ପ୍ରୋଗ୍ରାମ ସଂଯୋଜକ କିଶୋର କୁମାର ଠାକୁର, ଓଡିଆ ଅଧ୍ୟାପିକା ତୃପ୍ତିମୟୀ ପାତ୍ର, ମାଷ୍ଟର ଟ୍ରେନର ମାଧବୀ ସାହୁ, ଯୋଗ ଦେଇଥିଲେ । ତାଲିମ ଶିବିରଟି ଦୀର୍ଘ ୮ ଦିନ ଧରି ଚାଲିଥିବା ବେଳେ ୧୦୦ରୁ ଅଧିକ ଛାତ୍ରୀଙ୍କୁ ମାଷ୍ଟର ଟ୍ରେନର ମାଧବୀ ସାହୁ ପ୍ରଶିକ୍ଷଣ ଦେଇଥିଲେ ।

jayashree
Leave A Reply

Your email address will not be published.