pakka

ମା’ ମଙ୍ଗଳାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଭୟମୁଖୀ ପଞ୍ଚାୟତ ଇନ୍ଦିପୁର ବଡସାହିରେ ମା’ ମଙ୍ଗଳାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଟା ଉତ୍ସବ ଶୁକ୍ରବାର ସମ୍ପନ ହୋଇଛି । ୨ ଶହ ବର୍ଷ ପୂର୍ବେ ରତ୍ନାଚିରା ନଦୀଶଯ୍ୟାରୁ ଉଦ୍ଧାର ହୋଇଥିବା ମା’ ମଙ୍ଗଳା ଏକ ଛୋଟ ମନ୍ଦିରରେ ପୂଜିତ ହେଉଥିଲେ । ଶ୍ରଦ୍ଧାଳୁଙ୍କ ଠାରୁ ସଂଗୃହିତ ପ୍ରାୟ ତିନ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ମନ୍ଦିରରେ ମା’ଙ୍କୁ ପ୍ରତିଷ୍ଠା କରାଯାଇଥିଲା । ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ସ୍ଥାନୀୟ ସରପଞ୍ଚ ପ୍ରମିଳା ସେନାପତି ପୂର୍ବତ୍ତନ ସରପଞ୍ଚ ପ୍ରସନ୍ନ ପରିଡା ପ୍ରମୁଖ ଯୋଗଦେଇ ମା’ ମଙ୍ଗଳାଙ୍କ ଆଶିଷ ଭିକ୍ଷା କରିଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

four × one =