ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ

csstore

ବରଗଡ଼, (ମୁନ୍ନା ସାହୁ) : କାର୍ଯ୍ୟରତ ଡାକ୍ତରଙ୍କୁ ବରଗଡ଼ରେ ମରଣାନ୍ତକ ଆକ୍ରମଣ । ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଥିବା ଡାକ୍ତର ସୁଦୀପ୍ତ କୁମାର ରାଉତଙ୍କୁ ଗତ ରାତ୍ରି ପ୍ରାୟ ୨ ଘଣ୍ଟା ସମୟରେ ଜଣେ ବ୍ୟକ୍ତି ଆକ୍ରମଣ କରିଛି । ବ୍ୟକ୍ତି ଜଣକ ଏକ ଝିଅକୁ ହସ୍ପିଟାଲକୁ ଚିକିତ୍ସା କରାଇବା ପାଇଁ ଆଣିଥିଲେ । ଡାକ୍ତର ଜଣକ ଚିକିତ୍ସା କରିବା ପରେ ବ୍ୟକ୍ତି ଜଣକ ବ୍ଲଡ଼ ପ୍ରେସର ଚେକ କରିବା ପାଇଁ କହିଥିଲେ ସେହି ସମୟରେ ଡାକ୍ତର ୧୦ ମିନିଟ ଅପେକ୍ଷା କରିବା ପାଇଁ କହିବାରୁ ବ୍ୟକ୍ତି ଜଣକ ପାଖରେ ଥିବା କାଠର ଟେବୁଲକୁ ଧରି ଡାକ୍ତରଙ୍କ ମୁଣ୍ଡରେ ଦୁଇଥର ଆକ୍ରମଣ କରିଥିଲେ । ଡାକ୍ତରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଟାଉନ ଥାନାରେ ଏନେଇ ଅଭିଯୋଗ ହୋଇଛି । ଆକ୍ରମଣକାରୀ ଜଣକ ବରଗଡ଼ ଗୋବିନ୍ଦପାଲିର ବିକି ସିଂ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.