ଡୋନାଲ୍ଡ ଟ୍ରମ୍ପ ଇରାନର ଆଣବିକ ଠିକଣାକୁ ଧ୍ୱଂସ କରିବାକୁ ଚାହୁଁଥିଲେ

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଆଣବିକ ଠିକଣା ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ । ଇରାନର ମୁଖ୍ୟ ଆଣବିକ କେନ୍ଦ୍ରକୁ ଟ୍ରମ୍ପ ଟାର୍ଗେଟ କରିଥିଲା । ତେବେ ଉପରାଷ୍ଟ୍ରପତି ମାଇକ ପେନ୍ସ, ପ୍ରତିରକ୍ଷା ମନ୍ତ୍ରୀ ଖ୍ରୀଷ୍ଟୋଫର ମିଲର ଏବଂ ଯୁଗ୍ମ ଷ୍ଟାଫ୍‌ ମାର୍କ ମିଲିଙ୍କ ଚେତାବନୀ ପରେ ଆମେରିକାର ରାଷ୍ଟ୍ରପତିଙ୍କୁ ପଛକୁ ଫେରିବାକୁ ପଡଥିଲା ବୋଲି କୁହାଯାଇଛି ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଗତ ସପ୍ତାହରେ ଓଭାଲ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଟ୍ରମ୍ପ ଇରାନର ଆଣବିକ ଭିତ୍ତିଭୂମି ନଷ୍ଟ କରିବାକୁ ସୁଯୋଗ ଖୋଜୁଥିଲେ । ଏହି ସମୟ ମଧ୍ୟରେ ଟ୍ରମ୍ପଙ୍କ ପରାମର୍ଶଦାତାମାନେ ଏହି ବିପର୍ଯ୍ୟସ୍ତ ପଦକ୍ଷେପ ନ ନେବାକୁ ପରାମର୍ଶ ଦେଇଥିଲେ । ଉପଦେଷ୍ଟା ରାଷ୍ଟ୍ରପତିଙ୍କୁ କହିଥିଲେ ଯେ, ଏହି ଆକ୍ରମଣ ବଡ ଧରଣର ବିବାଦ ସୃଷ୍ଟି କରିପାରେ । ଅଧିକାରୀ କହିଛନ୍ତି, ବିକଳ୍ପଗୁଡ଼ିକ ବିଷୟରେ ରାଷ୍ଟ୍ରପତି ଟ୍ରମ୍ପ ପଚାରିଥିଲେ । ଏହାର ପରିଣାମ ବିଷୟରେ ପରାମର୍ଶଦାତା ତାଙ୍କୁ ସୂଚନା ଦେଇଥିଲେ ଏବଂ ଶେଷରେ ଇରାନ ଉପରେ ଆକ୍ରମଣ ନକରିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.