ଇମ୍ରାନ ସରକାର ପରେ ପାକିସ୍ତାନୀ ହିନ୍ଦୁମାନେ କଟ୍ଟରପନ୍ଥୀଙ୍କ ଆକ୍ରୋଶର ଶିକାର

ଇସଲାମାବାଦ : ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଅବସ୍ଥା ଦିନକୁ ଦିନ ଦୁଃଖଦାୟକ ହେବାରେ ଲାଗିଛି । ସିନ୍ଧ ପ୍ରଦେଶର ହିନ୍ଦୁ ଭିଲ ଜାତିର ଅନେକ ଘର ସ୍ଥାନୀୟ ସରକାର ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଯେତେବେଳେ ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା, ସେତେବେଳେ ସରକାର ଚାପରେ ଏହି କାର୍ୟ୍ୟକୁ ବନ୍ଦ କରିଥିଲେ । କିନ୍ତୁ ବର୍ତ୍ତମାନ କଟ୍ଟରପନ୍ଥୀ ଦଳ ହିନ୍ଦୁମାନଙ୍କୁ ଆକ୍ରମଣ କରି ଗୋଡ଼ାଇବା ସହ ତା‌ଙ୍କ ଘର ଭାଂଗୁଥିବା କୁହାଯାଇଛି ।

ପାକିସ୍ତାନୀ ମାନବାଧିକାର କର୍ମୀ ରାହତ ଅଷ୍ଟିନ ଏହି ଘଟଣାର ଏକ ଭିଡିଓ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ଯେ କିଛି ଦିନ ପୂର୍ବରୁ ସିନ୍ଧ ପ୍ରଦେଶର ଖାଇପ୍ରୋ ପ୍ରଶାସନ ହିନ୍ଦୁ ଭିଲ ସମ୍ପ୍ରଦାୟର ଘର ଭାଙ୍ଗି ଦେଇଥିଲା । ଭିଡିଓ ଭାଇରାଲ ହେବା ପରେ ସରକାର ଏହି କାର୍ୟ୍ୟ ବନ୍ଦ କରିଦେଇଥିଲେ । କିନ୍ତୁ ବହୁ ସଂଖ୍ୟାରେ ଦରିଦ୍ର-ହିନ୍ଦୁମାନଙ୍କୁ ଆକ୍ରମଣ କରି ସେମାନଙ୍କୁ ଘଉଡ଼ାଇ ଦିଆଯାଇଛି । ଏହି ଆକ୍ରମଣରେ ଅନେକ ପୁରୁଷ, ମହିଳା ଏବଂ ଶିଶୁ ମଧ୍ୟ ଆହତ ହୋଇଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପାଇଁ ପାକିସ୍ତାନର ସିନ୍ଧ ପ୍ରଦେଶ କୁଖ୍ୟାତ । ଏହି ପ୍ରଦେଶରୁ ହିଁ ପାକିସ୍ତାନର ଅଧିକାଂଶ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅଙ୍କ ଜବରଦସ୍ତ ଧର୍ମାନ୍ତରଣ ଓ ବିବାହର ଖବର ଆସିଥାଏ । ୠତ ଅକ୍ଟୋବରରେ ଜଣେ ୧୩ ବର୍ଷୀୟ ଖ୍ରୀଷ୍ଟିଆନ ଝିଅ ଅର୍ଜୁ ରାଜାଙ୍କୁ ମଧ୍ୟବିତ୍ତ ୪୪ ବର୍ଷ ବୟସ୍କ ରେଡିକାଲ ଅପହରଣ କରି ନେଇଥିଲା । ଏହା ପରେ ସେ ଜବରଦସ୍ତ ସେ ଝିଅକୁ ଧର୍ମାନ୍ତରଣ କରି ବିବାହ କରିଥିଲା ।

Leave A Reply

Your email address will not be published.