ମାଓବାଦୀ ଆକ୍ରମଣ : ବିସ୍ଫୋରଣରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶହୀଦ

ସୁକମା : ମାଓବାଦୀଙ୍କ ବିସ୍ଫୋରଣରେ ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶହୀଦ ହୋଇଥିବା ଖବର ଆସିଛି । ଛତିଶଗଡ଼ ସୁକମାରେ ବୁର୍କାପାଲ କ୍ୟାମ୍ପରୁ ପାଖାପାଖି ୬ କିଲୋମିଟର ଦୂରରେ ସର୍ଚ୍ଚ ଅପରେସନ ପାଇଁ ବାହାରିଥିବା ଯବାନ ମାଓବାଦୀଙ୍କ ଟାର୍ଗେଟ ଆସି ଯାଇଥିବା ବେଳେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ବିସ୍ଫାରଣରେ କୋବରା ବାଟାଲିୟନର ଜଣେ ଆସିଷ୍ଟାଣ୍ଡ କାମାଣ୍ଡାଣ୍ଟ ଶହୀଦ ହୋଇଥିବା କୁହାଯାଇଛି । ଏହି ଘଟଣାରେ ଆଉ ୮ ଯବାନ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ସ୍ଥାନରେ ହିଁ ୨୦୧୦ରେ ଘଟିଥିବା ମାଓବାଦୀ ଆକ୍ରମଣରେ ସିଆର୍‌ପିଏଫ୍‌ର ୭୬ ଯବାନ ଶହୀଦ ହୋଇଥିଲେ ।

ତେବେ ଶନିବାର ରାତିରେ ସର୍ଚ୍ଚ ଅପରେସନ୍‌ ସାରି ଫେରୁଥିବା ଯବାନ ମାଓବାଦୀଙ୍କ ଦ୍ୱାରା ଲଗା ଯାଇଥିବା ଆଇଇଡି ସଂସ୍ପର୍ଶରେ ଆସି ଯିବାରୁ ବିସ୍ଫୋରଣ ହୋଇଥିବା କୁହାଯାଇଛି । ଗୁରୁତର ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.