କୃଷକ ଆନ୍ଦୋଳନ : କୃଷକମାନେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି, ବୁରାରୀ ମଇଦାନକୁ କାହିଁକି ଯିବେ, ରାମଲୀଲା ମଇଦାନ କାହିଁକି ନୁହଁ….

ନୂଆଦିଲ୍ଲୀ : ସାରା ଦେଶରେ ନୂଆ କୃଷି ବିଲ୍‌କୁ ନେଇ କୃଷକ ଆନ୍ଦୋଳନ ଜୋର୍‌ ଧରିଥିବା ବେଳେ କୃଷକମାନେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି, ବୁରାରୀ ମଇଦାନକୁ କାହିଁକି ଯିବେ, ରାମଲୀଲା ମଇଦାନ କାହିଁକି ନୁହଁ ? ଅନ୍ୟପଟେ ବିଜେପିର ପୂର୍ବତନ ସହଯୋଗୀ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ କୃଷକମାନଙ୍କୁ ଦିଲ୍ଲୀ ଆସିବା ବନ୍ଦ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଚାଷୀଙ୍କ ପ୍ରତି ଘୋର ଅପମାନ । ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଯେଉଁଭଳି ଭାବରେ କୃଷକମାନଙ୍କୁ ଦିଲ୍ଲୀ ଆସିବାକୁ ବାରଣ କରାଯାଇଛି, ଏଥିରୁ ଜଣାପଡୁଛି ଯେ ସେମାନେ ଏହି ଦେଶର ନୁହଁନ୍ତି । ସେମାନଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଥିଲା । ସେମାନେ ଶିଖ୍‌ ଏବଂ ପଞ୍ଜାବ-ହରିୟାଣାରୁ ଆସିଥିବାରୁ ସେମାନଙ୍କୁ ଖାଲିସ୍ତାନୀ କୁହାଯାଉଛି । ଏହିପରି ଆଚରଣ କରିବା ଦେଶର ଚାଷୀଙ୍କୁ ଅପମାନିତ କରିଛି ।

Leave A Reply

Your email address will not be published.