ଡକାୟତି ଉଦ୍ୟମ ସମୟରେ ତୁମୁଳକା‌ଣ୍ଡ : ୪ ଗୁରୁତର

ବାଲେଶ୍ୱର : ଡକାୟତି ଉଦ୍ୟମ ସମୟରେ ତୁମୁଳକା‌ଣ୍ଡ ଘଟିଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲା ସୋର-କୁପାରୀ ରାସ୍ତାର ପିତାକାଳିଆ ନିକଟରେ ଡକାୟତି ଉଦ୍ୟମ ସମୟରେ ହଣାକଟା ହେବା ସହ ୪ ଜଣ ଗୁରୁତର ହୋଇଥିବା ଖବରରେ କୁହାଯାଇଛି । ସୂଚନା ଅନୁସାରେ ହରିଡାପଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ ଡକାୟତି ଉଦ୍ୟମ କରିଥିବାବେଳେ ପିତାକାଳିଆର କିଛି ଗ୍ରାମବାସୀ ପହଞ୍ଚିଯିବାରୁ ଡ଼କାୟତଙ୍କ ସହ ଜୋର୍‌ସୋର୍‌ ଧସ୍ତାଧସ୍ତି ଆରମ୍‌ମ୍ଭ ହୋଇ ଯାଇଥିଲା । ଫଳରେ ଡକାୟତଙ୍କ ମାରଣାସ୍ତ୍ର ଚୋଟରେ ୪ ଗ୍ରାମବାସୀ ଗୁରୁତର ହୋଇଛନ୍ତି ବୋଲି ଜଣାପଡିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.