
ବଲାଙ୍ଗିର, (କେପିଏନ୍ଏସ୍) : ଭୋଟ୍ ଚୋର ଗଦି ଛାଡ଼ ନାରାରେ କମ୍ପିଲା କଂଗ୍ରେସର ପ୍ରେସମିଟ୍ । ଭୋଟ୍ ଚୋରି ଅଭିଯୋଗକୁ ନେଇ ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ଏଆଇସିସି ସାଧାରଣ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ମନୋଜ ରଜନୀ, ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଅନିଲ ମେହେର ଏବଂ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାଶଙ୍କ ସହ ଅନ୍ୟ କଂଗ୍ରେସ ନେତାମାନେ ଯୋଗ ଦେଇଥିଲେ । ଭୋଟର ତାଲିକାରେ ଅନିୟମିତତା ଓ ଭୋଟ୍ ଚୋରି ଅଭିଯୋଗ ଉଠାଇବା ସହ ଏହା ବିରୋଧରେ ଦଳ ପକ୍ଷରୁ ଜନଜାଗରଣ ସୃଷ୍ଟି କରାଯିବ ବୋଲି କହିଥିଲେ କଂଗ୍ରେସ ନେତା । ଏହି ଅଭିଯାନରେ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛି ଦଳ ।