ଖୁସିର ଖବର : ମହାରାଷ୍ଟ୍ରରେ ଖୋଲିଗଲା ସିନେମା ହଲ୍‌

ମୁ‌ମ୍ବାଇ : ଦୀର୍ଘ ୮ ମାସ ପରେ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ମହାରାଷ୍ଟ୍ରରେ ଶୁକ୍ରାବାରଠାରୁ ସମସ୍ତ ସିନେମା ହଲ୍‌ ଖୋଲିଛି । କୋଭିଡ ନିୟମକୁ ପାଳନ କରି ଦର୍ଶକ ଏବେ ହଲ୍‌ରେ ବସି ଫିଲ୍ମ ଦେଖିପାରିବେ। ତେବେ ସରକାରୀ ନିୟମ ରହିଛି, ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍‌ ଚଳାଇବାକୁ ହେବ ।

ଅନ୍ୟପଟେ ଦୀପାବଳି ପୂର୍ବରୁ ସିନେମା ହଲ୍‌ ଖୋଲିଥିବାରୁ ଏହା ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଲାଭଦାୟକ ହେବ ବୋଲି କୁହାଯାଉଛି । ଏହି ଅବସରରେ ପୁରୁଣା ଫିଲ୍ମକୁ ପୁଣିଥରେ ରିଲିଜ କରିବାକୁ ମଧ୍ୟ ଯୋଜନା କରାଯାଉଛି ।

Leave A Reply

Your email address will not be published.