ନିଜ ପିଲାଙ୍କୁ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନେ ସରକାରୀ ସ୍କୁଲରେ ପାଠ ପଢ଼ାନ୍ତୁ : ମାନସ ରଂଜନ ନାୟକ

ପ‌ଦ୍ମପୁର, (ନିରଞ୍ଜନ ତ୍ରିପାଠୀ) : ପଶ୍ଚିମ ଓଡିଶା ଯୁବ ସେନା ତରଫରୁ ଆଜି ପାଇକମାଲ ତହସିଲ ଅଫିସରେ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନଙ୍କ ଶିଶୁମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ ସ୍କୁଲରେ ପାଠ ପଢ଼େଇବା ନିମନ୍ତେ ଏବଂ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗଡ଼ିକୁ ବନ୍ଦ ନ କରିବା ସକାଶେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି କ୍ଷ ଏହି ଦାବୀପତ୍ର ପ୍ରଦାନ କରିବା ସମୟରେ ପାଇକମାଲ ଆବାହକ ଶ୍ରୀ ମାନସ ରଞ୍ଜନ ନାୟକ ଲିଖିତ ଭାବେ ପାଇକମାଲ ତହସିଲଦାରଙ୍କ ମାଧ୍ୟମରେ ଜଣାଇଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ତାଙ୍କ ସହ ସାଥୀରେ ଥିଲେ ପଶ୍ଚିମ ଓଡ଼ିଶା ଯୁବସେନା ସଦସ୍ୟ ବିବେକ କୁମାର ସିଂ, ହୃଦାନନ୍ଦ ଠାକୁର । ଅଗାମୀ ଦିନରେ ଏହି ଦାବୀଗୁଡ଼ିକୁ ଯଦି ପୂରଣ କରା ନଯାଏ, ତେବେ ପଶ୍ଚିମ ଓଡ଼ିଶା ଯୁବସେନା ରାଜ ରାସ୍ତାକୁ ଓଲହେଇବା ପାଇଁ ବାଧ୍ୟ ହେବ ବୋଲି ଆବାହକ ଶ୍ରୀ ନାୟକ କହିଛନ୍ତି ।

ଶିକ୍ଷା ହେଉଛି ସମସ୍ତଙ୍କ ମୌଳିକ ଅଧିକାର, ଶିକ୍ଷା ର ଘରୋଇକରଣ ବନ୍ଦ କରାଯାଉ ନଚେତ ଆନ୍ଦୋଳନ ଉଗ୍ର ରୂପ ହେବ । ସମସ୍ତ ବେତନଭୋଗୀ ସରକାରୀ କର୍ମଚାରୀମାନେ ନୈତିକତା ଦୃଷ୍ଟିରୁ ନିଜନିଜ ପିଲାଛୁଆଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢେଇବା ପାଇଁ ପ୍ରସ୍ତୁତ ହୁଅନ୍ତୁ କାହିଁକି ନା ଆପଣମାନଙ୍କ ବେତନ ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ଲୋକଙ୍କ ଟିକସ ଦିଆ ପଇସାରେ ଦିଆଯାଉଛି । ଆପଣମାନେ ଲୋକଙ୍କ ସହ ଧୋକା କରନ୍ତୁ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି । ଅଗାମୀ ଦିନମାନଙ୍କରେ ପଶ୍ଚିମ ଓଡିଶାର ସମସ୍ତ ବ୍ଲକରୁ ଏହି ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ ବୋଲି ପଶ୍ଚିମ ଓଡିଶା ଯୁବସେନା ଏକ ବାର୍ତ୍ତା ଦେଇଛନ୍ତି । ଏହି ଉଦ୍ଦେଶ୍ୟ ସଫଳ ହେଲେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.