jayashree

ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ‘ଇନୋଭେସନ ଓ ଷ୍ଟାର୍ଟଅପ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟଠାରେ ଶନିବାର ‘ଇନୋଭେସନ ଓ ଷ୍ଟାର୍ଟଅପ’ ଶୀର୍ଷକ ଏକ ବିଶେଷ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସୋମେଶ ଦତ୍ତ ହୋତା, ଅଧ୍ୟାପକ ଗୁଣସାଗର ମେହେର, ଅଧ୍ୟାପକ ଘନଶ୍ୟାମ ଖମାରୀ, ଅଧ୍ୟାପିକା ଶୈଲିକା ନାୟକ, ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ, ଅଧ୍ୟାପକ ଭିଙ୍ଗରାଜ ରଣା ଓ ଅଧ୍ୟାପିକା ସରିତା ରଣା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ନୂତନ ଚିନ୍ତାଧାରା, ଉଦ୍ଭାବନ ଏବଂ ଆତ୍ମନିର୍ଭରଶୀଳ ହେବା ନେଇ ଉତ୍ସାହିତ କରିଥିଲେ । ​ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରାଯାଇଥିଲା । ଏଥିରେ ​ସନ୍ତୋଷ ଶର୍ମା ପ୍ରଥମ, ଚୂଡ଼ାମଣି ପୋଢ଼ ଦ୍ୱିତୀୟ ଓ ସୁନୀତା ଛୁରା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ​ଅଧ୍ୟାପକ ପ୍ରେମଚାନ୍ଦ ତାଣ୍ଡି ସଭା ସଂଯୋଜନା କରିଥିବା ବେଳେ ଶେଷରେ ଅଧ୍ୟାପିକା ଯଶୋସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.