
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ଉଦ୍ୟମରେ ତଥା ରାଉରକେଲା ଆପୋଲୋ ହସ୍ପିଟାଲ ସହଯୋଗରେ ଗୋପବନ୍ଧୁ ପାଠାଗାର ପରିସରରେ ଏକ ମାଗଣା ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରକୁ ବରିଷ୍ଠ ଶଲ୍ୟ ଚିକିତ୍ସକ ଡାକ୍ତର ଗୋକୁଳାନନ୍ଦ ସାହୁ ଉଦ୍ଘାଟନ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା ଶୁଭାରମ୍ଭ କରିଥିଲେ । ଟେକ୍ନିସିଆନ ସବିତା ଦାସ, ସୁନୀତା କିଶାନ, ମମତା ବିଶୋଇ, ସୁମିତ୍ରା ବାଗେ, ଜ୍ୱଲିତ ଟେଟେ, ବ୍ୟାସମଣି ମୁଣ୍ଡାରୀ ତଥା ଅନ୍ୟ ସହଯୋଗୀ ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା, ଲିପିଡ୍ ପ୍ରୋଫାଇଲ୍, ୟୁରିକ୍ ଏସିଡ୍, ଇ.ସି.ଜି., ସ୍ନାୟୁ ସମ୍ବେଦନଶୀଳତା ପ୍ରମୁଖ ପରୀକ୍ଷା କରି ରିପୋର୍ଟ ଦେବାପରେ ଆପୋଲୋ ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ (କାର୍ଡିଓଲୋଜିଷ୍ଟ) ଡାକ୍ତର ରବିରଞ୍ଜନ କିଣ୍ଡୋ, କିଡନୀ ରୋଗ ବିଶେଷଜ୍ଞ (ନେଫ୍ରୋଲୋଜିଷ୍ଟ) ଡାକ୍ତର ଅଂଶୁମାନ ଦାସ, ସ୍ନାୟୁ ରୋଗ ବିଶେଷଜ୍ଞ (ନ୍ୟୁରୋଲୋଜିଷ୍ଟ) ଡାକ୍ତର ଅଭିଷେକ ନନ୍ଦ ଏବଂ ଜେନେରାଲ ମେଡ଼ିସିନ ଡାକ୍ତର ଶାଳିନୀ ମିଶ୍ର ପ୍ରମୁଖ ରୋଗୀ ମାନଙ୍କୁ ପରୀକ୍ଷା କରି ଉପଯୁକ୍ତ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ମହିଳା ସମିତିର ସଭାପତି ସବିତା ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ, ସଦସ୍ୟା ଇନ୍ଦିରା ମହାନ୍ତି, ସାବିତ୍ରୀ ଦାସ, ନମିତା ଆଚାର୍ଯ୍ୟ, ନନ୍ଦିତା ପାତ୍ର, ଗୀତା ସେନାପତି, ସୁପ୍ରିୟା ମହାନ୍ତି, ରାଜଶ୍ରୀ ପଣ୍ଡା, ସବିତା ନନ୍ଦ, ଅନିତା ସାହୁ, ଜ୍ୟୋତି ମହାପାତ୍ର ଏବଂ ଗୋପବନ୍ଧୁ ପାଠାଗାରର କର୍ମକର୍ତ୍ତା ନବଘନ ସାହୁ, ଲକ୍ଷ୍ମଣ ନାଥ ଦାସ, ହରିହର ନାୟକ, ସୁବାସ ମହାପାତ୍ର, ଅଜିତ ବାରୱା ପ୍ରମୁଖ ସହାୟତା କରିଥିଲେ । ଏହି ଶିବିରରେ ଉଭୟ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନଙ୍କ ସହ କଲୋନୀରେ ଶତାଧିକ ବାସିନ୍ଦା ଯୋଗ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।