ରାଉରକେଲା : ପୁଣି ରାଉରକେଲାରେ ୭୦ କୋଟି ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗ ଆସିଛି । ଜଣେ ପାଇପ୍ ମିସ୍ତ୍ରୀଙ୍କ ନାଁରେ ୭୦ କୋଟିର ଜିଏସ୍ଟି ଠକେଇ ହୋଇଥିବା କୁହାଯାଇଛି । ବାସନ୍ତୀ କଲୋନୀ ଅଞ୍ଚଳର ସମୀର ଜୋଜୋଙ୍ଙ୍କ ନାମରେ ଏଭଳି ଠକେଇ ହୋଇଥିବା ଅଭିଯୋଗ ଆସିଛି । ସମୀର କହିଛନ୍ତି ଯେ, ପ୍ଲାଣ୍ଟରେ କାମ କରିବା ପାଇଁ ସେଠାରେ ନିଜର ସବୁ ଡକ୍ୟୁମେଣ୍ଟ ଦେଇଥିଲେ । ଚେକ୍ ବହିରେ ବି ତାଙ୍କର ସାଇନ୍ ନେଇଥିଲେ । ମାସକୁ ୧୨ ହଜାର ଟଙ୍କା ଦରମା ଦେବେ ବୋଲି କହିଥିଲେ । ତେବେ ପ୍ରାୟ ୬ ମାସ ପରେ ତାଙ୍କ ପାଖକୁ ୭୦ କୋଟି ଠକେଇ ହୋଇଥିବା ଅଭିଯୋଗ ଆସିଛି । ଠକେଇ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି ବୋଲି କହିଥିବା ବେଳେ ମୋ ନାଁରେ ମିଛ କମ୍ପାନୀ ଖୋଲି କିଏ ଏହି ଠକେଇ କରିଛି । ମୁଁ ଏତେ ଟଙ୍କା ଆଣି କୋଉଠି ଦେବି ବୋଲି ଦୁଃଖର ସହ ସେ କହିଛନ୍ତି ।
Next Post