ରାଜସ୍ଥାନରେ କରୋନା ସଂକ୍ରମଣ ଆଶଂକା : ୮ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ

ଜୟପୁର : କରୋନା ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ଥାନ ରାଜ୍ୟ ସରକାର ୮ଟି ଜିଲ୍ଲାରେ ପୁଣି ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ଗତକାଲି ରାତିଠାରୁ ଏହା ଲାଗୁ ହୋଇଥିବା ଜଣାପଡ଼ିଛି । ଜୟପୁର, ଯୋଧପୁର, କୋଟା, ବିକାନେର, ଉଦୟପୁର, ଆଜେମେର, ଅଲୱାର ଏବଂ ଭିଲୱାରାର ସହରାଞ୍ଚଳରେ ବଜାର, ରେସ୍ତୋରାଁ, ସପିଂ ମଲ ଏବଂ ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକରେ ରାତି ୮ଟାରୁ ସକାଳ ୬ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.