ସାଂସଦଙ୍କ ଗୋପାଳ ଗୋଶାଳା ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ପବିତ୍ର ଗୋକୁଳାଷ୍ଟମୀ ଅବସରରେ ବରଗଡ଼ ସହର ସ୍ଥିତ ଗୋପାଳ ଗୋଶାଳା ପରିଦର୍ଶନ କରି ଗୋମାତାଙ୍କୁ ଦାନା ଖୁଆଇ ଥିଲେ । ପରେ ଗୋଶାଳାରେ ପକ୍ଷରୁ ଆୟୋଜିତ ହେଉଥିବା ଗୋକୁଳାଷ୍ଟମୀ ଉତ୍ସବରେ ଯୋଗଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଗତ ୫୦ ବର୍ଷରୁ ଅଧିକ ହେବ ଏଠାରେ ପ୍ରତିବର୍ଷ ଏଇ ତିଥିରେ ଗୋମାତାଙ୍କୁ ପୂଜା କରାଯାଇ ଉତ୍ସବ ପାଳନ କରାଯାଏ । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଲୋକ ଆସି ଗୋମାତାଙ୍କୁ ଖାଦ୍ୟ ପଦାର୍ଥ ଦେଇ ସେବା କରିଥାନ୍ତି । ସାଂସଦଙ୍କ ସହ ବରିଷ୍ଠ ନେତା ସୁରେଶ୍ଵର ଶତପଥୀ, ଭାଜପା ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ପ୍ରୀତମ ସିଂ ଓ ସଭ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.