ଚନ୍ଦନଭାଟିର ଅର୍ଦ୍ଧନିର୍ମିତ ଦୁର୍ଗା ମନ୍ଦିରର ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହେଲା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଦେଢ ବର୍ଷ ତଳେ ଲୋକଙ୍କ ସହଯୋଗରେ ଆରମ୍ଭ ହୋଇଥିଲା ଚନ୍ଦନଭାଟୀ ବସଷ୍ଟାଣ୍ଡରେ ଥିବା ଦୁର୍ଗା ମନ୍ଦିରର ନିର୍ମାଣ କାର୍ଯ୍ୟ । ହେଲେ କରୋନା ମହାମାରୀ ଯୋଗୁଁ ଅଟକି ରହିଥିଲା ଏହି କାର୍ଯ୍ୟ । ଭକ୍ତଙ୍କ ମନଯୋଗ ଏବଂ ସହଯୋଗରେ ପୁଣି ଅର୍ଦ୍ଧନିର୍ମିତ ମନ୍ଦିର କାମ ଆରମ୍ଭ ହୋଇଯାଇଛି । ଆହୁରି ବହୁତ କାମ ବାକି ରହିଯାଇଥିବା ବେଳେ ଜୋର୍‌ସୋର୍‌ରେ ଚାଲିଛି କାମ । ତୁରନ୍ତ ଏହି ନିର୍ମାଣ କାମକୁ ଶେଷ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.