ଚର୍ଚ୍ଚାରେ କ୍ଷୁଦ୍ର ଚଳଚ୍ଚିତ୍ର “ଟାଙ୍ଗର୍”

କଳାହାଣ୍ଡି, (ପି.କେ.ସାହୁ) : ପରମ୍ପରା ସମାଜକୁ ସବୁବେଳେ ନୂଆ ଶିକ୍ଷା ଦିଏ, ମଣିଷକୁ ନିଆରା ପରିଚୟ ଦିଏ । ଅତ୍ୟାଧୁନିକ ମଣିଷକୁ ପୁଣିଥରେ ମାଟିମଗ୍ନ କରିବା ହିଁ “ଟାଙ୍ଗର୍”ର ମୂଳ ଉଦ୍ଦେଶ୍ୟ । ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପଣ୍ଡିତ ଅଜିତ କୁମାର ଦାଶ ଏବଂ କାହାଣୀ ଓ ସଂଳାପ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ଜୀବନବାଦୀ କବି ପ୍ରଶାନ୍ତ କୁମାର ଦାଶ । ଯୁବ କଣ୍ଠଶିଳ୍ପୀ ଜଗମୋହନ ସାହୁଙ୍କ ବ୍ୟାକ୍-ଗ୍ରାଉଣ୍ଡ୍ ମ୍ୟୁଜିକ୍ ଏବଂ ରାମ ଭଂଜା ଓ ଡିଜି ପ୍ରଧାନୀଙ୍କ କ୍ୟାମେରା-ଏଡିଟିଂ ଚଳଚ୍ଚିତ୍ରକୁ ଆହୁରି ସୁନ୍ଦର କରିଛି । ଫିଲ୍ମର ମୁଖ୍ୟ ଚରିତ୍ରରେ ରବି ରଣା, ସୁଶାନ୍ତ ଭୋଇ, ଇନ୍ଦ୍ରଜିତ ଭୋଇ ଓ ସୁଶିଲ୍ ମିଶ୍ର ଥିବା ବେଳେ ପ୍ରଡକ୍ସନ୍ ଡିଜାଇନର୍ ଭାବେ ଅଛନ୍ତି ଭାଗିରଥି ବାରିକ ଓ ଦୀପକ କୁମାର ଦାଶ । ଏଇ ଚଳଚ୍ଚିତ୍ରଟି ଚଳିତ ନଭେମ୍ବର ମାସର ୨୬ ତାରିଖ ଦିନ “PANDIT AJIT KUMAR DASH YOUTUBE CHANNEL”ରେ ରିଲିଜ୍ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.