
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଗ୍ରାମ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଂଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ନାଗ ରାଜ ଦେବର୍ କଣ୍ଡାଙ୍କ ସମେତ ଅନେକ ଜିଲ୍ଲା ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରିଥିଲେ । ଶିବିରରେ ୩୧ଟି ବ୍ୟକ୍ତିଗତ ଅଭିଯୋଗ ପତ୍ର ଦାଖଲ ହୋଇଥିବା ବେଳେ ୨୨ଗୋଟି ଗୋଷ୍ଠୀ ଅଭିଯୋଗ ଦାଖଲ କରଯାଇଥିଲା । ଶିବିରରେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ବିଡିଓ ଧର୍ମରାଜ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଅଙ୍ଗଦ ମାଝୀ, ଦେବ ପୂଝାରୀ ତହସିଲଦାର ଦୀପ୍ତି ରେଖା ବାଗ ପ୍ରମୁଖ ଉପସ୍ଥିତ ଥିଲେ ।