ଚାଲିଗଲେ ଓଡିଶା ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀ

ଭୁବନେ‌ଶ୍ୱର : ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀଙ୍କ ଦେହାନ୍‌ନ୍ତ ହୋଇଥିବା ସୂଚନା ମିଳିଛି । ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀ ଚିକିତ୍ସାଧିୀନ ରହିଥିବା ବେଳେ ମୃତ୍ୟୁବରଣ କରିଛନ୍ତି । ଗତ ନଭେମ୍ବର ୧ ତାରିଖରେ କରୋନା ସଂକ୍ରମଣର ଶିକାର ହୋଇଥିଲେ ସେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ରବିବାର ବିଳମ୍ବିତ ରାତ୍ରରେ ପରଲୋକ ଘଟିଥିବା ଜଣାପଡ଼ିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ‌ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଜଣେ ଧର୍ମପ୍ରାଣ ଓ ପରୋପକାରୀ ମହିଳା ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟପାଳ ଓ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.