ଏଣିକି ଅଯୋଧ୍ୟା ଏୟାର୍‌ ପୋର୍ଟର ନାମ ହେବ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଯୋଗୀ ସରକାର ବଡ଼ ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଅଯୋଧ୍ୟାରେ ଥିବା ଏୟାର୍‌ ପୋର୍ଟର ନାଁକୁ ବଦଳାଇବାକୁ ଯୋଗୀ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏଠାରେ ଥିବା ଏୟାର୍‌ ପୋର୍ଟର ନାଁ ମର୍ୟ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ ହେବ ବୋଲି କୁହାଯାଇଛି । କ୍ୟାବିନେଟ୍‌ ଏହି ପ୍ରସ୍ତାବ ଉପରେ ମୋହର ମାରିଥିବାରୁ ଆସନ୍ତା ଶୀତ ଅଧିବେଶନରେ ଏ ସଂକ୍ରାନ୍ତ ବିଲ୍‌ ବିଧାନସଭାରେ ଉପସ୍ଥାପନ କରାଯିବ ବୋଲି ସୂଚନାରେ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.