କରୋନାରେ ଆଜି ପୁଣି ୧୬ ଜଣଙ୍କ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯଦିବି ରାଜ୍ୟରେ କରୋନା ସଂକ୍ରମଣ କମିଛି, ତଥାପି ପ୍ରତ୍ୟହ ମୃତ୍ୟୁ ସଂଖ୍ୟା କମୁ ନଥିବାର ଲକ୍ଷ୍ୟ କରାଯାଇଛି । ଆଜି ପୁଣି ୧୬ ଜଣଙ୍କ ପ୍ରାଣ ନେଇଛି କରୋନା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରେ ୪, ପୁରୀ ଜିଲ୍ଲାରେ ୩ ଏବଂ ଖୋର୍ଦ୍ଧା, କଟକ, ଢେଙ୍କାନାଲ, ଯାଜପୁର, ଗଂଜାମ, ଭଦ୍ରକ, ଭୁବନେଶ୍ୱର, ଅନଗୁଳ ଓ ବରଗଡ଼ରୁ ଜଣେ ଲେଖାଏଁ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.