oom

ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସଶସ୍ତ୍ର ଆଦିବାସୀ ମେଳି ପ୍ରଭାବିତ କରିପାରେ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ସର୍‌ଗରମ୍‌ ହେଉଛି ଗ୍ରାମାଂଚଳ । ନିଜ ନିଜ ସ୍ଥିତି ବଳିଷ୍ଠ କରିବାରେ ଅଂଟା ଭିଡ଼ିଲେଣି ବିଭିନ୍ନ ରାଜନୈତିକ ଦଳ । ଠିକ୍‌ ଏତିକି ବେଳେ ବଲାଙ୍ଗିର ସହରରେ ବିଶାଳ ସଶସ୍ତ୍ର ଆଦିବାସୀ ମେଳିି ଦେଖିବାକୁ ମିଳିଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଡାକରାରେ ଜିଲ୍ଲାର ଦଶ ହଜାରରୁ ଅଧିକ ଆଦିବାସୀ ସେମାନଙ୍କର ଦମ୍ଭ ପ୍ରଦର୍ଶନ କରିଛନ୍ତି । କେବଳ ଏତିକି ନୁହେଁ, ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ବେନର୍‌ ଫାଡ଼ିବା ସହ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ବିଶାଳ ଆଦିବାସୀ ମେଳି । ବିଚ୍‌ ରାସ୍ତା ଉପରେ ଟାଙ୍ଗି ଚହଟାଇ, ଧନୁତୀର ଓ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଟେକି ଖୋଲା ଚାଲେଂଜ୍‌ କରିଛନ୍ତି ରାଜ୍ୟ ସରକାରଙ୍କୁ । ନିର୍ବାଚନରେ ଆଦିବାସୀଙ୍କ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତୀୟ ସରକାରୀ ବ୍ୟବସ୍ଥା ଉପରେ ଅସନ୍ତୋଷ ପ୍ରକାଶ କରି ଏଭଳି ସଶସ୍ତ୍ର ଆଦିବାସୀ ମେଳିର ଆୟୋଜନ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ରାଜ୍ୟ ସରକାର ଏ ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

jittmm
Leave A Reply

Your email address will not be published.