ନିଖୋଜ ଓଡ୍ରାଫ୍‌ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

କଟକ : ମୁଣ୍ଡଳୀ ଠାରେ ଗତକାଲି ଦନ୍ତା ହାତୀ ଉଦ୍ଧାରରେ ନିୟୋଜିତ ହୋଇଥିବା ବୋଟ ଓଲଟିପଡିବାରୁ ନିଖୋଜ ଥିବା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ମୃତକ ଓଡ୍ରାଫ କର୍ମଚାରୀ ହେଲେ ସୀତାରାମ ମୁର୍ମୁ । ଏନେଇ ଏସ୍‌ଆରସି ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୀତାରାମଙ୍କୁ ଖୋଜାଖୋଜି କରିବାକୁ ଗତକାଲି ଟିମ୍‌ ନିୟୋଜିତ ହୋଇଥିଲେ ବି ତାଙ୍କ ପତ୍ତା ମିଳି ପାରି ନ ଥିଲା । ଏହାପରେ ଆଜି ଏନଡିଆରଏଫ୍‌ର ୮ଟି ଟିମ୍‌କୁ ଖୋଜାଖୋଜି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ମହାନଦୀର ୪ଟି ସ୍ଥାନ ମୁଣ୍ଡଳି, ନରାଜ, କାଠଯୋଡ଼ି ଓ ଯୋବ୍ରାରେ ୮ଟି ଏନ୍‌ଡିଆର୍‌ଏଫ୍‌ ଟିମ୍ ପକ୍ଷରୁ ତଲାସୀ କରାଯାଇଥିବା ବେଳେ ବ୍ୟାରେଜଠାରୁ ପ୍ରାୟ ୨ କି.ମି ଦୂରରୁ ସୀତାରାମଙ୍କ ଶବକୁ ଠାବ କରାଯାଇ ଉଦ୍ଧାର କରାଯାଇଥିଲା ବୋଲି ତୃତୀୟ ବାଟାଲିୟନ ଏନ୍‌ଡିଆର୍‌ଏଫ୍‌ କମାଣ୍ଡାଣ୍ଟ ସୂଚନା ଦେଇଥିଲେ । ଏନେଇ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.