oom

ଜିଲ୍ଲାପାଳଙ୍କ ଦ୍ଵାରା ମମତା ସମ୍ବର୍ଦ୍ଧିତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ରାଜ୍ୟ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲାରୁ ପ୍ରତିନିଧିତ୍ଵ କରିଥିବା ମହିଳା ଆଥଲେଟ୍ ମମତା ପ୍ରଧାନ କୃତୀତ୍ବ ହାସଲ କରିଥିବାରୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଆଜି ତାଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୁଶ୍ରୀ ପ୍ରଧାନ ୮୦୦ ମିଟର ଏବଂ ୧୫୦୦ ମିଟର ଦୌଡରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ଆଜି ସେ ବରଗଡ଼ ଫେରିବା ପରେ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ସପ୍ସସଦର ସଭାନେତ୍ରୀ ଚିତ୍ରକୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ମିଶ୍ର, ଏଥଲେଟିକ ସମ୍ପାଦକ ଶ୍ରୀ ସିଂ, ସଭାପତି ଯୁଗଳ ସିଂ, ଇନଡୋର ସମ୍ପାଦକ ରବିନାରାୟଣ ପଣ୍ଡା, କାର୍ଯ୍ୟକାରୀ କମିଟି ସଭ୍ୟ ମହେନ୍ଦ୍ର କୁମାର ଦାଶ, ଦିଲ୍ଲୀପ ସାଉଡିଆ, ନବୀନ ଲାଠ, ଫୁଟବଲ ସମ୍ପାଦକ ମହମ୍ମଦ ଇଦ୍ ରିଶ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ ।

jittmm
Leave A Reply

Your email address will not be published.