oom

ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କ ପାଇଁ ୬କୋଟି ପୁରସ୍କାର ସହ ଗୁପ୍ର ‘ଏ’ ସରକାରୀ ଚାକିରି ଘୋଷଣା କଲେ ରାଜ୍ୟ ସରକାର

jsmm

ବରଗଡ, (ନିରୋଜ କୁମାର ପାଣୀ) : ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କ ପାଇଁ ୬କୋଟି ପୁରସ୍କାର ସହ ଗୁପ୍ର ‘ଏ’ ସରକାରୀ ଚାକିରି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସୂଚନା ଯୋଗ୍ୟ ଯେ, ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତି ଇତିହାସ ରଚିଥିବା ବେଳେ ଫାଇନାଲ୍‌ରେ ପ୍ରମୋଦ ତାଙ୍କ ବ୍ରିଟେନ୍‌ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨୧-୧୪, ୨୧-୧୭ ସେଟ୍‌ରେ ହରାଇଥିଲେ । ତେବେ ପୂର୍ବରୁ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୬ କୋଟି, ରୌପ୍ୟକୁ ପଦକ ବିଜେତାଙ୍କୁ ୪ କୋଟି ଓ କାଂସ୍ୟ ପଦକ ବିଜେତାଙ୍କୁ ୨.୫ କୋଟି ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ପୂର୍ବ ଘୋଷଣା ମୁତାବକ ପ୍ରମୋଦ ଭଗତଙ୍କୁ ୬କୋଟି ଟଙ୍କାର ପୁରସ୍କାର ଦିଆଯିବା ସହ ଗ୍ରୁପ ‘ଏ’ ସରକାରୀ ଚାକିରି ଦେବାକୁ ମଧ୍ୟ ଘୋଷଣା ହୋଇଛି । ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ ଏହି ପୁରସ୍କାର ରାଶିର ଚେକ୍‌ ଦିଆଯିବ ବୋଲି ଖବର ମିଳିଛି ।

jittmm
Leave A Reply

Your email address will not be published.