
ବଲାଙ୍ଗିର, (ଦେବାଶିଷ ମିିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ତରଫରୁ ସମ୍ପାଦକ ହରେକୃଷ୍ଣ ରଥଙ୍କର ଆବାହନ କ୍ରମେ ଆଜି ଅପରାହ୍ନ ଘ.୨.୩୦ମି.ରେ ମିଶନ ବାଳକ ଉ.ପ୍ରା. ସ୍କୁଲ ଦୁର୍ଯ୍ୟୋଧନ ପସାୟତଙ୍କ ଅଧ୍ୟକ୍ଷତାରେ ଆଚାର୍ଯ୍ୟ ସୁଚିତ୍ରା ସୁନା ଓ ଧୃବରାଜ ଚୋପଦାରଙ୍କ ମଚାଂସୀନ ଥାଇ ଆନ୍ତର୍ଜାତୀୟ ଶିକ୍ଷକ ଦିବସ ଅନୁଷ୍ଠିତ ହୋଇଥିଲା । ସୁଧାଂଶୁ ପଟେଲ ଶିକ୍ଷା ଓ ଶିକ୍ଷକମାନଙ୍କର ଉପରେ ସୁନ୍ଦର ଉପସ୍ଥାପନ କରିଥିଲେ । ମିଶନ ବାଳକ ଉପ୍ରା ସ୍କୁଲ ପ୍ରଧାନ ଶିକ୍ଷକ ମନ ମୋହନ ଲିମ୍ମା ସଂଗଠନର ଆଭିମୁଖ୍ୟ ଓ ଏହା ନବ ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ । ଲୋଇସିଂହା ବ୍ଲକର ବରିଷ୍ଠ ଶିକ୍ଷକ ମୁରା ସିଂଙ୍କର ବ୍ୟଙ୍ଗାତ୍ମକ ଅଭିନୟ କରି ସମସ୍ତଙ୍କ ଚିତ୍ତ ଆକର୍ଷଣ କରିଥିଲେ । କୋଶଳୀ କବି ତଥା ବିଶିଷ୍ଟ ସାଧନ କର୍ମୀ ସଂକୀର୍ତ୍ତନ ମହାଲିଙ୍ଗ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ ବିଷୟରେ କବି କବିତା ପାଠ କରିଥିଲେ । ମହିଳା ପ୍ରକୋଷ୍ଠର ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ପଟେଲ ସଂଘ ତରଫରୁ ଉପସ୍ଥିତ ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ । ଜିଲ୍ଲା ସାଂଗଠନିକ ସମ୍ପାଦକ ଜୟଦେବ ବିଶି, ଭୀମସେନ ଦଣ୍ଡସେନା, ସଂଜୀତ ଦୋରା, ସ୍ମିତା ହନୁମାନ ଓ ବିଭୁସ୍ମିତା ଦାସ, ଅନ୍ନପୂର୍ଣ୍ଣା ନନ୍ଦ ଓ ଅନୁପମା, ଶିକ୍ଷକ ସଂଘକୁ ଏକ ରାଜ୍ୟ ସ୍ତରୀୟ ନିଶାମୁକ୍ତ ଆଲୋଚନା ଚକ୍ର କରିବାକୁ ପ୍ରସ୍ତାବ ଦେଇଥିଲେ । ଶେଷରେ ସଭାପତି ଦୁର୍ଯ୍ୟୋଧନ ପସାୟତଙ୍କ ବକ୍ତବ୍ୟ ସହ ସ୍ୱର୍ଗତ ଦୁର୍ଗା ଚରଣ ପାଢୀ ଉପରେ ଆଲୋକପାତ କରି ଲୋଇସିଂହା ବ୍ଲକର ପୂର୍ବତନ ସଭାପତି ତଥା ଶିକ୍ଷକ ନେତା ସ୍ୱର୍ଗତ ଦୁର୍ଗା ଚରଣ ପାଢୀଙ୍କ ପାଇଁ ଏକ ସ୍ମୃତି ସଭା ୨ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।