ଟିଟିଲାଗଡ଼ – ଟିପିଡବ୍ଲ୍ୟୁଓଡ଼ିଏଲ୍ ଅଫିସ ସାମ୍ନାରେ ରଖିଥିବା ଟାଟା ଏସି ଗାଡ଼ିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଟିଟିଲାଗଡ ୱାର୍ଡ଼ ନମ୍ବର.୧୨ ନିବାସୀ ବଳଭଦ୍ର ସାହୁ ନିଜ ଭିଣୋଇଙ୍କ ଟାଟା ଏସି ଗାଡ଼ି ନମ୍ୱର ଓଆର୍୧୭ ଜି୯୦୦୧ ଗତରାତିରେ ସବୁଦିନ ପରି ବିଦ୍ୟୁତ ବିଭାଗ ଅଫିସ ସାମ୍ନାରେ ରଖିଥିଲେ । ଶୁକ୍ରବାର ରାତିରେ ଗାଡ଼ିରେ ନିଆଁ ଲାଗିଛି ବୋଲି ବିଦ୍ୟୁତ ବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନେ ତାଙ୍କୁ ଫୋନ୍ କରିବାରୁ ରାତି ପ୍ରାୟ ଅଢେ଼ଇଟା ସମୟରେ ଆସି ଦେଖିଲା ବେଳକୁ ଗାଡ଼ି ଜଳୁଥିଲା । ଖବର ପାଇ ଅଗ୍ନିଶମ ବିଭାଗ ପହଂଚି ନିଆଁ ଲିଭାଇଥିଲେ । ତେବେ କିଏ କାହିଁକି ଗାଡ଼ିରେ ନିଆଁ ଲଗେଇଛି, ଏହାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରାଯିବା ସହ ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଗୁହାରି କରିଛନ୍ତି ବଳଭଦ୍ର ସାହୁ । ଏ ନେଇ ଥାନାରେ ମଧ୍ୟ ସେ ଅଭିଯୋଗ କରିଥିବା କହିଛନ୍ତି ।