ବର୍ଷା ବିତ୍ପାତ : ତେନ୍ତୁଳି ଗଛ ତଳେ ଚାପି ହୋଇଗଲେ ବାଇକ୍ ଆରୋହୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁର ଥାନା ମ.ରାମପୁର ରିଶିଡା ପୂର୍ତ୍ତ ବିଭାଗ ରାସ୍ତା ପାଜିବାହାଲି ରାସ୍ତାରେ ଏକ ବିରାଟକାୟ ତେନ୍ତୁଳି ଗଛ ତଳେ ଜଣେ ବାଇକ୍ ଆରୋହୀ ଚାପି ହୋଇ ରହି ଯାଇଥିଲେ । ଅନ୍ୟ ପଥଚାରୀ ବ୍ୟକ୍ତିମାନେ ଏହା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ସହ ଲୋକେ ତାଙ୍କୁ ଗଛ ତଳୁ ସୁରକ୍ଷିତ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ । ଯୁବକ ଜଣକଙ୍କ ନାମ କେଶବ ସାହୁ ଏବଂ ଘର କର୍ଲାମୁଣ୍ଡା ବ୍ଲକ୍ ଗଜବାହାଲ ଗ୍ରାମର ଏବଂ ମ.ରାମପୁର ବ୍ଲକ୍ ଗୋଛାଡେଙ୍ଗେନ ପଞ୍ଚାୟତ କୁମେରପଟା ବିଦ୍ୟାଳୟର ଶିକ୍ଷକ ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଥାଉକି ସେ ଏକ ଲାଲ୍ ରଙ୍ଗ ପେସନ ପ୍ରୋ ଗାଡ଼ିରେ କୌଣସି କାମ ପାଇଁ ଯାଉଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ରାସ୍ତାରେ ଅନେକ ପୁରାତନ ତଥା ବିପଦପୂର୍ଣ୍ଣ ଅବସ୍ଥାରେ ଗଛ ସବୁ ରହିଛି, ଏହାକୁ ଯଥା ଶୀଘ୍ର ଚିହ୍ନଟ କରି କାଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.